ବନ୍ଦ ହେଲା ଶିମିଳିପାଳ

ବନ୍ଦ ହେଲା ଶିମିଳିପାଳ

ବନ୍ଦ ହେଲା ଶିମିଳିପାଳ

ଭୁବନେଶ୍ୱର: ଶିମିଳିପାଳ ବନ୍ଦ । ଆସନ୍ତା ୪ ମାସ ପର୍ଯ୍ୟନ୍ତ କୌଣସି ପର୍ଯ୍ୟଟକ ଶିମିଳିପାୂଳ ଯାଇପାରିବେ ନାହିଁ । ବର୍ଷା ଋତୁ ଆରମ୍ଭ ହୋଇଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କତ୍ତୃ;ପକ୍ଷ ଏଭଳି ନିଦେ୍ର୍ଧଶନାମା ଓ କଟକଣା ଜାରି କରିଛନ୍ତି । ବର୍ଷା ଆସିଲେ ଶିମିଳିପାଳ ଅଭୟାରଣ୍ୟ ଭିତର ମାଟିରାସ୍ତା ଓ ପୋଲ ବିପଦପୂର୍ଣ୍ଣ ହୋଇଯାଏ । ଏଣୁ ପ୍ରତିବର୍ଷ ମୌସୁମୀ ଆଗମନ ପୂର୍ବରୁ ଶିମିଳିପାଳକୁ ଅକ୍ଟୋବର ଶେଷ ପର୍ୟ୍ୟନ୍ତ ବନ୍ଦ ରଖାଯାଇଥାଏ । ବର୍ଷା କମିବା ପରେ ଆଭ୍ୟନ୍ତରୀଣ ରାସ୍ତା ଓ ପୋଲର ମରାମତି କରାଯାଇଥାଏ । ଏହାପରେ ଶୀତ ଆଗମନ ହେଲେ ନଭେମ୍ବର ୧ରୁ  ପର୍ୟ୍ୟଟକଙ୍କ ପାଇଁ ଖୋଲିଥାଏ ଶିମିଳିପାଳ ଗେଟ୍‌।