ବଦଳିଲା ନିଷ୍ପତ୍ତି, ୩ରେ ଖୋଲିବନି ସ୍କୁଲ୍

ବଦଳିଲା ନିଷ୍ପତ୍ତି, ୩ରେ ଖୋଲିବନି ସ୍କୁଲ୍

ବଦଳିଲା ନିଷ୍ପତ୍ତି, ୩ରେ ଖୋଲିବନି ସ୍କୁଲ୍

ଭୁବନେଶ୍ବର: ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ୟ୍ୟନ୍ତ ସ୍କୁଲ ଖୋଲାଯିବା ନିଷ୍ପତ୍ତି ସାମୟିକ ଭାବେ ସ୍ଥଗିତ ରଖାଯିବା ନେଇ ବିଭାଗ ପକ୍ଷରୁ ସୂଚନା। ରାଜ୍ୟ ସରକାର ଚଳିତ ଶିକ୍ଷା ବର୍ଷରେ ପ୍ରଥମ ଶ୍ରେଣୀଠାରୁ ପଞ୍ଚମ ଶ୍ରେଣୀ ପର୍ୟ୍ୟନ୍ତ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ବିଦ୍ୟାଳୟ ପୁନଃ ଖୋଲାଯିବା ନିମନ୍ତେ ଆଦେଶ ଜାରି କରିଥିଲେ । ଏହି ଅଦେଶ ମୁତାବକ ପାଖାପାଖି ୨୩ ହଜାର ବିଦ୍ୟାଳୟ ଆସନ୍ତା ଜାନୁଆରୀ ୩ ତାରିଖ (ସୋମବାର)ଠାରୁ ଖୋଲିବାର ଥିଲା। ବାକି ୩୦୯୩ ବିଦ୍ୟାଳୟକୁ ଜାନୁଆରୀ ୧୦ ତାରିଖ ଦିନଠାରୁ ଖୋଲିଥାନ୍ତା ଜ୍ଝ ଇତି ମଧ୍ୟରେ ବିଭାଗୀୟ ଅଧିକାରୀ ବିଭିନ୍ନ ସ୍କୁଲ ଗସ୍ତକରି ବିଦ୍ୟାଳୟ ସହ ଜଡ଼ିତ ବ୍ୟକ୍ତି ବିଶେଷମାନଙ୍କ ସହିତ ଆଲୋଚନା କରିଛନ୍ତି ।

ସାଂପ୍ରତିକ ସ୍ଵାସ୍ଥ୍ୟଜନିତ ପରିସ୍ଥିତି, ବିଶେଷ ଭାବରେ ବିଗତ ଦୁଇଦିନ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଏବଂ ଇତି ମଧ୍ୟରେ ବିଭିନ୍ନ ଉଚ୍ଚ ପଦାଧିକାରୀମାନଙ୍କ ରିପୋର୍ଟକୁ ନେଇ ପିଲାମାନଙ୍କ ବୃହତ୍ତର ସ୍ଵାସ୍ଥ୍ୟଗତ ହିତକୁ ଧ୍ୟାନରେ ରଖି ରାଜ୍ୟ ସରକାର ପ୍ରଥମ ଶ୍ରେଣୀଠାରୁ ପଞ୍ଚମ ଶ୍ରେଣୀ ପର୍ୟ୍ୟନ୍ତ ସ୍କୁଲ ଖୋଲାଯିବା ନିଷ୍ପତ୍ତିକୁ ସାମୟିକ ଭାବେ ସ୍ଥଗିତ ରଖୁଛନ୍ତି । କିନ୍ତୁ ଷଷ୍ଠ ଶ୍ରେଣୀଠାରୁ ଦଶମ ଶ୍ରେଣୀ ପର୍ୟ୍ୟନ୍ତ ପାଠପଢ଼ା ଯଥାବିଧ ଜାରି ରହିବ । ଆସନ୍ତା ଜାନୁଆରୀ ୫ରୁ ୮ ତାରିଖ ପର୍ୟ୍ୟନ୍ତ ୧୦ମ ଶ୍ରେଣୀର ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ସୋମେଟିଭ୍-୧ ପରୀକ୍ଷା ପୂର୍ବନିର୍ଦ୍ଧାରିତ ସୂଚୀ ଅନୁଯାୟୀ ସାମାଜିକ ଦୂରତା ଅବଲମ୍ବନ କରାଯାଇ ଯଥା ବିଧି ଚାଲୁରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ।