ବଢିଲା ବସ ଭଡ଼ା, ଜାଣନ୍ତୁ କେତେ

ବଢିଲା ବସ ଭଡ଼ା, ଜାଣନ୍ତୁ କେତେ

ବଢିଲା ବସ ଭଡ଼ା, ଜାଣନ୍ତୁ କେତେ
ଭୁବନେଶ୍ୱର: କରୋନା ଭିତରେ ବଢିଛି ବସ ଭଡ଼ା । ତେଲ ଦର ବଢିବାରୁ ବସ ଭଡ଼ାକୁ ବୃଦ୍ଧି କରାଯାଇଛି । ଅର୍ଡିନାରୀ ବସ ଭଡ଼ା କିମି ପିଛା ୭୨ରୁ ବଢି ୭୩ ପଇସାକୁ ବୃଦ୍ଧି ପାଇଛି । ସେହିପରି ଏକ୍ସପ୍ରେସ ଭଡ଼ା କିମି ପ୍ରତି ୭୫ ପଇସାରୁ ବଢି ୭୬ ପଇସା ବଢିଛି । ଡିଲକ୍ସ ବସ ଭଡ଼ା ୧ଟଙ୍କା ୦୫ରୁ ବଢି ୧ ଟଙ୍କା ୦୭ ହୋଇଥିବା ବେଳେ ଏସି ଡିଲକ୍ସ କିମି ପିଛା ୧ ଟଙ୍କା ୨୭ରୁ ବଢି ୧ ଟଙ୍କା ୨୯ ହେଲାପ୍ରକାଶ ଯେ, ଦେଶରେ କିଛି ଦିନ ହେଲା ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବଢିବାରେ ଲାଗିଛି । ୨୦୧୮ ସେପ୍ଟେମ୍ବର ଠାରୁ ଅର୍ଥାତ ଗତ ପ୍ରାୟ ୨ ବର୍ଷ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଦେଶରେ ସର୍ବୋଚ୍ଚ ସ୍ତର ଛୁଇଁଛି ।