ଭାରତ ବନ୍ଦକୁ କଂଗ୍ରେସର ପୂର୍ଣ୍ଣ ସମର୍ଥନ: ନିରଞ୍ଜନ

ଭାରତ ବନ୍ଦକୁ କଂଗ୍ରେସର ପୂର୍ଣ୍ଣ ସମର୍ଥନ: ନିରଞ୍ଜନ

ଭାରତ ବନ୍ଦକୁ କଂଗ୍ରେସର ପୂର୍ଣ୍ଣ ସମର୍ଥନ: ନିରଞ୍ଜନ
ଭୁବନେଶ୍ୱର: କୃଷି ଆଇନକୁ ବିରୋଧ କରି କୃଷକ ସଂଗଠନଗୁଡିକ ଚଳାଇଥିବା ଆନ୍ଦୋଳନ ବ୍ୟାପକ ହେବାରେ ଲାଗିଛି। ସରକାରଙ୍କ ସହିତ ବାରମ୍ବାର ଆଲୋଚନା ପରେ ସମାଧାନର ବାଟ ବାହାରି ପାରୁ ନଥିବାବେଳେ ଏହି ଆନ୍ଦୋଳନ ବ୍ୟାପକ ଓ ତୀବ୍ର ହେବାରେ ଲାଗିଛି। ଦିନକୁ ଦିନ କୃଷକ ସଂଗଠନଗୁଡିକ ପ୍ରତି ସମର୍ଥନ ବଢିବାରେ ଲାଗିଛି। ଏହି କ୍ରମରେ କୃଷକ ସଂଗଠନ ପକ୍ଷରୁ ଡିସେମ୍ବର ୮ ତାରିଖ (ମଙ୍ଗଳବାର)କୁ ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ବିରୋଧୀ ରାଜନୈତିକ ଦଳ, ବିଭିନ୍ନ ଟ୍ରେଡ ୟୁନିୟନ, ବ୍ୟାଙ୍କ ସଂଗଠନ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷଙ୍କ ସମର୍ଥନ ଜଣାଇଛନ୍ତି। ତେବେ ଭାରତ ବନ୍ଦକୁ କଂଗ୍ରେସ ପକ୍ଷରୁ ପୂର୍ଣ୍ଣ ସମର୍ଥନ ରହିଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ସେ କହିଛନ୍ତି, କଂଗ୍ରେସ ଚାଷୀଙ୍କ ସହ ଅଛି । ବନ୍ଦକୁ କଂଗ୍ରେସ ପୂର୍ଣ୍ଣ ମାତ୍ରାରେ ସମର୍ଥନ କରୁଛି । ଜିଲ୍ଲାସ୍ତରରେ ପ୍ରତିବାଦ ସହ ପ୍ରମୁଖ ସ୍ଥାନରେ ବନ୍ଦ କରାଯିବ । ନୂଆ ଆଇନରେ ଚାଷୀଙ୍କ ପ୍ରଚୁର କ୍ଷତି ହୋଇଛି । ବିଜେଡି ଓ ବିଜେପି ଛଡ଼ା ଆଉ ସମସ୍ତେ ଏହାକୁ ସମର୍ଥନ ଜଣାଉଛନ୍ତି ବୋଲି କହିବା ସହ ଏହି ବନ୍ଦରେ ବିଜେଡି ସାମିଲ ନହେବାକୁ ନେଇ ବି ନିରଞ୍ଜନ ପଟ୍ଟନାୟକ ପ୍ରଶ୍ନ ଉଠାଇଛନ୍ତି । ତେବେ ଭାରତ ବନ୍ଦକୁ ବିଜେଡି ସମର୍ଥନ ଦେବ କି ନାହିଁ ସେ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେବେ ବୋଲି ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି । ସେ କହିଛନ୍ତି ଯେ, ଚାଷୀ ସମସ୍ୟା ପ୍ରତି ଆମର ନୈତିକ ସମର୍ଥନ ରହିଛି । ଅଭିମୁଖ୍ୟ ସଂସଦରେ ସ୍ପଷ୍ଟ କରିଛୁ । ବିଜେଡି ଚାଷୀଙ୍କ ସହ ରହିଛି ବୋଲି ଦେବୀ ମିଶ୍ର କହିଛନ୍ତି ।