ବଢୁଛି ଇମ୍ରାନ ଖାନଙ୍କ ଅଡୁଆ, ଇମ୍ରାନଙ୍କୁ ଗିରଫ କରି ହାଜର କରିବାକୁ ନିର୍ଦେଶ
ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ନିମନ୍ତେ ଅଡୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ସୋମବାର ଇସଲାମାବାଦ୍ ଜିଲା ଓ ଦୌରା ଜଜ୍ଙ୍କ ତରଫରୁ ଇମ୍ରାନଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି କରାଯାଇଛି।
ଇମ୍ରାନ ଏକ ସାଧାରଣ ସଭାରେ ଜଣେ ମହିଳା ବିଚାରପତି ଓ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଧମକ ଦେଇଥିବାରୁ ତାଙ୍କ ବିରୋଧରେ ଏହି ଜାମିନବିହୀନ ଗିରଫ ପରୱାନା ଜାରି କରାଯାଇଛି। ଇସଲାମାବାଦ ଜିଲା ଓ ଦୌରା ଜଜ୍ ଅଦାଲତଙ୍କ ତରଫରୁ ଗିରଫ ପରୱାନା ଜାରି କରାଯାଇଥିବା ବେଳେ ଆସନ୍ତା ୨୯ ସୁଦ୍ଧା ଇମ୍ରାନଙ୍କୁ ଗିରଫ କରି ହାଜର କରିବାକୁ ପୁଲିସକୁ ନିର୍ଦେଶ ଦିଆଯାଇଛି। ସୂଚନାଥାଉ କି ଇମ୍ରାନଙ୍କ ବିରୋଧରେ ଏକାଧିକ ଅପରାଧିକ ଧାରାରେ ମାମଲା ଇସଲାମାବାଦ୍ ହାଇକୋର୍ଟରେ ବିଚାରାଧୀନ ରହିଛି।




admin 