ବଡିଗାର୍ଡ ସହିତ ଅବୈଧ ପ୍ରେମ ସମ୍ପର୍କ ପାଇଁ ଏତିକି କୋଟି ଦେଇଛନ୍ତି ରାଜକୁମାରୀ!
ବଡିଗାର୍ଡ ସହିତ ଅବୈଧ ପ୍ରେମ ସମ୍ପର୍କ ପାଇଁ ଏତିକି କୋଟି ଦେଇଛନ୍ତି ରାଜକୁମାରୀ!
admin
Nov 23, 2020 - 11:21
Updated: Nov 23, 2020 - 11:21
ଦୁବାଇ : ଅଙ୍ଗରକ୍ଷକ ସହିତ ପ୍ରେମ ପାଇଁ ବଡ ମୂଲ୍ୟ ଦେଇଛନ୍ତି ଦୁବାଇର ରାଣୀ । ଦୁବାଇର ଶାସକ ଶେଖ ମହମ୍ମଦ ବିନ ରଶିଦ ଅଲ ମଖତୁମଙ୍କ ୬ ନମ୍ବର ପତ୍ନୀ ହୟା ଚର୍ଚ୍ଚାରେ ରହିଛନ୍ତି । ନିଜ ଅଙ୍ଗରକ୍ଷକଙ୍କ ସହିତ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି ଶେଖଙ୍କ ଷଷ୍ଠ ପତ୍ନୀ । ମିଳିଥିବା ରିପୋର୍ଟ ଅନୁଯାୟୀ ଅଙ୍ଗରକ୍ଷକଙ୍କୁ ପ୍ରାୟ ୧୨ କୋଟି ଟଙ୍କାର ଉପହାର ଦେଇଛନ୍ତି ହୟା । ନିଜ ପ୍ରେମ ସମ୍ପର୍କକୁ ଲୁଚାଇବା ପାଇଁ ଅର୍ଥ ସହିତ ଅନେକ ମହଙ୍ଗା ଗିଫ୍ଟ ପ୍ରଦାନ କରିଛନ୍ତି ରାଜକୁମାରୀ ।
୪୬ ବର୍ଷୀୟ ହୟା ୩୭ ବର୍ଷୀୟ ଅଙ୍ଗରକ୍ଷକଙ୍କ ସହିତ ନିଜର ପ୍ରେମ ସମ୍ପର୍କ ଲୁଚାଇବା ପାଇଁ ପ୍ରାୟ ୧୨ କୋଟି ଟଙ୍କାର ଉପହାର ପ୍ରଦାନ କରିଛନ୍ତି । ଏହା ମଧ୍ୟରେ ପ୍ରାୟ ୫୦ ଲକ୍ଷ ଟଙ୍କାର ଏକ ବନ୍ଧୁକ ଏବଂ ୧୨ ଲକ୍ଷ ଟଙ୍କାର ଘଣ୍ଟା ରହିଛି । ୨୦୧୯ରେ ହୟାଙ୍କ ବିବାହ ବିଚ୍ଛେଦ ଘଟିଥିଲା । ୨୦୧୬ ମସିହାରେ ଅଙ୍ଗରକ୍ଷକଙ୍କ ସହିତ ପ୍ରେମ ସମ୍ପର୍କ କାରଣରୁ ୨୦୧୯ରେ ବିଚ୍ଛେଦ ଘଟିଥିଲା ।
ବ୍ରିଟିସ ଖବର କାଗଜ ଡେଲିମେଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏହି ଘଟଣା ସମ୍ପର୍କରେ ଜାଣିଥିବା ଅନ୍ୟ ତିନି ଜଣ ଅଙ୍ଗରକ୍ଷକଙ୍କୁ ୧ କୋଟି ଲେଖାଏଁ ପ୍ରଦାନ କରାଯାଇଥିଲା । ଏହି ଘଟଣାକୁ ରାଜକୁମାରୀ ଖଣ୍ଡନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ବିବାହ ବିଚ୍ଛେଦ ପରେ ରାଜକୁମାରୀ ବର୍ତ୍ତମାନ ଲଣ୍ଡନରେ ଅବସ୍ଥାନ କରୁଛନ୍ତି ।