ବଡଦାଣ୍ଡରେ ଗଡିଲା ନନ୍ଦିଘୋଷ ରଥ, ଗୁଣ୍ଡିଚା ଅଭିମୁଖେ ଚାଲିଛି ୩ ରଥ ।

ବଡଦାଣ୍ଡରେ ଗଡିଲା ନନ୍ଦିଘୋଷ ରଥ, ଗୁଣ୍ଡିଚା ଅଭିମୁଖେ ଚାଲିଛି ୩ ରଥ ।

ବହୁ ପ୍ରତୀକ୍ଷାର ଅବସାନ ଘଟି ବଡଦାଣ୍ଡରେ ଗଡିଲା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ବାଜିଲା ଘଂଟି, ପଡିଲା ହରିବୋଲ ଏବଂ ହୁଳହୁଳି ଆଉ ଏହାରି ଭିତରେ ବଡଦାଣ୍ଡରେ ଗଡିଛି ମହାପ୍ରଭୁଙ୍କ ରଥ । ପ୍ରଥମେ ବଡଭାଇ ପ୍ରଭୁ ଶ୍ରୀବଳଭଦ୍ରଙ୍କ ରଥଟଣା ଯିବା ପରେ ହଳଦୀମୁହିଁ ଦେବୀ ସୁଭଦ୍ରାଙ୍କ ରଥ ପରେ ଆରମ୍ଭ ହୋଇଛି କାଳିଆର ନନ୍ଦିଘୋଷ ରଥ । ବଡଦାଣ୍ଡରେ ସେବାୟତ ଏବଂ ପୁଲିସମାନେ ଗୁଣ୍ଡିଚା ଘର ଅଭିମୁଖେ କାଳିଆର ନନ୍ଦିଘୋଷ ରଥକୁ ଟାଣି ନେଉଛନ୍ତି । ତେବେ ଚଳିତ ବର୍ଷ କିନ୍ତୁ ତିନି ଦିଅଁଙ୍କ ତିନି ରଥକୁ ଆଉ ଭକ୍ତମାନେ ଭାବରେ ଟାଣିନେଉନାହାନ୍ତି ବରଂ କରୋନା କଟକଣାକୁ ମାନି ଘରେ ବସି ମହାପ୍ରଭୁଙ୍କ ଏହି ଅଲୌକିକ ଯାତ୍ରାର ଅପୂର୍ବ ଦୃଶ୍ୟକୁ ଅନୁଭବ କରୁଛନ୍ତି ।