ଡିପ୍ରେସନ ରୂପ ନେଲା ‘ଫାନୀ’

ଡିପ୍ରେସନ ରୂପ ନେଲା ‘ଫାନୀ’

ଡିପ୍ରେସନ ରୂପ ନେଲା ‘ଫାନୀ’
ଭୁବନେଶ୍ୱର:ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୨୭ ତାରିଖ ବେଳକୁ ଏହା ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏବେ ଚେନ୍ନାଇ ଠାରୁ ୧୪୯୦ ଓ ମଛଲିପଟନମ ରୁ ୧୭୬୦ କିମି ଦୂରରେ ଅଛି । ଡିପ ଡିପ୍ରେସନର ୧୨ ଘଣ୍ଟା ପରେ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି । ଆସନ୍ତା ୩୦ ତାରିଖ ସୁଦ୍ଧା ତାମିଲନାଡ଼ୁ ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି । ତେବେ ଆସୁଥିବା ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ । ଆଗାମୀ ୫ ଦିନ ପର୍ଯ୍ୟନ୍ତ ଓଡ଼ିଶା ଆକାଶ ମେଘମୁକ୍ତ ରହିବ । କେବଳ କାଳବୈଶାଖୀ ପ୍ରଭାବରେ ଓଡ଼ିଶାରେ କାଁଭାଁ ବର୍ଷା ହେବ ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନୀ ଶଶିକାନ୍ତଙ୍କ ପ୍ରକ୍ଷରୁ ପ୍ରକାଶ ।