ବଡ ଦାଣ୍ଡରେ ଗଡିଲା ରଥ ।

ବଡ ଦାଣ୍ଡରେ ଗଡିଲା ରଥ ।

ବଡ ଦାଣ୍ଡରେ ଗଡିଲା ରଥ ।
ବହୁ ପ୍ରତୀକ୍ଷାର ଅବସାନ ଘଟିଛି । ସମସ୍ତ ନୀତିକାନ୍ତି ସୁଚାରୂରୂପେ ସମ୍ପାଦିତ ହେବା ପରେ ଆରମ୍ଭ ହୋଇଛି ରଥଟଣା । ଇତିହାସରେ ପ୍ରଥମ ଥର ପାଇଁ ବିନା ଭକ୍ତରେ ବଡ଼ଦାଣ୍ଡରେ ଗଡ଼ିଛି ପ୍ରଭୂ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ତିନି ରଥ । ସେବାୟତ ଓ ପୁଲିସମାନେ ପ୍ରଥମେ ପ୍ରଭୂ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣା ଆରମ୍ଭ କରିଛନ୍ତି । ବଡ଼ଦାଣ୍ଡ ହୁଏତ ପ୍ରକମ୍ପିତ ହେଉନି । ହେଲେ ଟେଲିଭିଜନ ପରଦାରେ କୋଟି କୋଟି ଲୋକ ମହାପ୍ରଭୂଙ୍କ ଘୋଷଯାତ୍ରା ଦର୍ଶନ କରୁଛନ୍ତି । ଜୟ ଜଗନ୍ନାଥ, ଜୟ ବଳଭଦ୍ର, ଜୟ ସୁଭଦ୍ରା ଧ୍ୱନିରେ ତନମନ ପ୍ରକମ୍ପିତ ହେଉଛି । ସୂଚନାଯୋଗ୍ୟଯେ, ଶେଷ ମୁହୂର୍ତରେ ସୁପ୍ରିମକୋର୍ଟ ରଥଯାତ୍ରାକୁ ଅନୁମତି ପ୍ରଦାନ କରିଥିଲେ । ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ସେବାୟତମାନଙ୍କ କରୋନା ପରୀକ୍ଷଣ କରାଯିବା ପରେ ରଥଯାତ୍ରାରେ ସେବା ପାଇଁ ଅନୁମତି ପ୍ରଦାନ କଲେ । ପ୍ରାକ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଆଧାରରେ ସବୁ ନୀତିକାନ୍ତି ସୁଚାରୂରୂପେ ସମ୍ପାଦିତ ହୋଇଥିଲା । ଶଙ୍କରାଚାର୍ଯ୍ୟ ମହାପ୍ରଭୂଙ୍କୁ ରଥ ଉପରେ ଦର୍ଶନ କରିବା ସହ ଗଜପତି ମହାରାଜା ଛେରା ପହଁରା କରିଥିଲେ ।