ବଜାରରେ ମିଳିବ କରୋନା ଔଷଧ

ବଜାରରେ ମିଳିବ କରୋନା ଔଷଧ

ବଜାରରେ ମିଳିବ କରୋନା ଔଷଧ
ବଜାରରେ ମିଳିବ କରୋନା ଔଷଧ । ସାଧାରଣରେ କରୋନା ଔଷଧ ବିକ୍ରି ପାଇଁ ଡିସିଜିଆଇ ଅନୁମତି ଦେଇଛି । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପ୍ରେସକ୍ରିପସନ୍‌ ଥିଲେ ଔଷଧ କିଣିହେବ ବୋଲି ସୂଚନା ରହିଛି । ତେବେ ସର୍ତ୍ତମୂଳକ ଫେଭିପିରାଭିର୍‌ ଟାବଲେଟ୍‌ ବିକ୍ରିକୁ ଅନୁମତି ମିଳିଛି । ସେହିପରି ରେମଡେସିଭିର ଇଞ୍ଜେକସନ୍‌ ବିକ୍ରିକୁ ମଧ୍ୟ ଅନୁମତି ମିଳିଛି । ଔଷଧ କିଣିବାବେଳେ ଦୋକାନରେ ପ୍ରେସ୍‌କ୍ରିପସନ୍‌ ଓ ଅନୁମତି ପତ୍ର ଦେବାକୁ ହେବ । ଔଷଧ ବ୍ୟବହାର ପାଇଁ ରୋଗୀ ଓ ତାଙ୍କ ସମ୍ପର୍କୀୟ ମାନଙ୍କୁ ଅନୁମତି ପତ୍ର ଦେବାକୁ ପଡିବ । ତେବେ ଔଷଧ ବିକିବା ବେଳେ ଖୁଚୁରା ଦୋକାନୀମାନଙ୍କ ପାଇଁ କେତେକ ସର୍ତ୍ତ ଲାଗୁ ହେବ ।ଔଷଧ ବିକ୍ରି ପୂର୍ବରୁ ପ୍ରେସ୍‌କ୍ରିପସନ୍‌ର ଫଟୋ କପି ରଖିବା ଜରୁରୀ ବୋଲି ସୂଚନା ରହିଛି ।