ବାଚସ୍ପତିଙ୍କ ପୋଡିୟମ ଉପରକୁ ଚେଷ୍ଟା କଲେ ତାରା, ୪ଟା ଯାଏ ଗୃହ ମୁଲତବି

ବାଚସ୍ପତିଙ୍କ ପୋଡିୟମ ଉପରକୁ ଚେଷ୍ଟା କଲେ ତାରା, ୪ଟା ଯାଏ ଗୃହ ମୁଲତବି

ଭୁବନେଶ୍ୱର: ବିଧାନସଭାରେ ରୋକଠୋକ କହୁଥିବା କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନିପତି ଶୁକ୍ରବାର ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢିବା ପାଇଁ ଚେଷ୍ଟା କରିଛନ୍ତି । ତେବେ ଗୃହ କାର୍ଯ୍ୟ ସ୍ୱାଭାବିକ ନଚାଲିବାକୁ ବାଚସ୍ପତି ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।


ପ୍ରକାଶ ଯେ ଜାଲ ସାର୍ଟିଫିକେଟ ଓ କୋଟିଆ ପ୍ରସଙ୍ଗକୁ ନେଇ ଶୁକ୍ରବାର ବିଧାନସଭା ସରଗରମ ହୋଇଛି । ଉଭୟ ପ୍ରସଙ୍ଗକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ଶୂନ୍ୟକାଳରେ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର କୋଟିଆ ପ୍ରସଙ୍ଗ ଉଠାଇଥିଲେ ।  କୋଟିଆ ଗ୍ରାମପୁଞ୍ଜ ଓ ୨୧ ଗ୍ରାମରେ ଆନ୍ଧ୍ର୍ର ହସ୍ତକ୍ଷେପ କରୁଥିବା କହିଥିଲେ ।  ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ସେ ଅଞ୍ଚଳର ଲୋକଙ୍କୁ ପ୍ରଲୋଭିତ କରୁଥିବା ଜୟନାରାୟଣ କହିଥିଲେ ।  କୋଟିଆ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ପ୍ୟାକେଜ କୁଆଡେ଼ ଗଲା ବୋଲି ସେ ପ୍ରଶ୍ନ କରିଥିଲେ । ଅନ୍ୟରାଜ୍ୟ ସହ ଥିବା ସୀମା ବିବାଦ ନେଇ କ’ଣ ପଦକ୍ଷେପ ନିଆଯାଇଛି ବୋଲି ମଧ୍ୟ ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ ।  ତେବେ କୋଟିଆ ଓ  ଜାଲ ସାର୍ଟିଫିକେଟ ପ୍ରସଙ୍ଗ ନେଇ ବିଜେପି ଓ କଂଗ୍ରେସ  ସଦସ୍ୟ ଗୃହରେ ହଟ୍ଟଗୋଳ ଓ ନାରାବାଜି କରିବାରୁ ବାଚସ୍ପତି ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।
 ଜାଲ ସାର୍ଟିଫିକେଟ ଓ କୋଟିଆ ପ୍ରସଙ୍ଗକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟ  ବାଚସ୍ପତିଙ୍କ ପୋଡ଼ିୟମ ତଳକୁ ଆସି ନାରାବାଜି କରରିଥିଲେ ।  ଏହି ସମୟରେ କଂଗ୍ରେସ ବିଧାୟକ ତାରାବାହିନି ପତି ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢିବାକୁ ଚେଷ୍ଟା କରିଥିଲେ ।  ହଟ୍ଟଗୋଳ ପାଇଁ ବାଚସ୍ପତି ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।