ବାଘଛାଲ, ହରିଣ ଶିଙ୍ଗ ଜବତ

ବାଘଛାଲ, ହରିଣ ଶିଙ୍ଗ ଜବତ

ଉମରକୋଟ : ଓଡ଼ିଶା ଏବଂ ଛତିଶଗଡ଼ ବନ ବିଭାଗ ପକ୍ଷରୁ ମିଳିତ ଭାବେ ବଡ଼ଧରଣର ଚଢ଼ଉ କରାଯାଇ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ମୁଣ୍ଡିବେଡ଼ା ପଞ୍ଚାୟତରୁ ବାଘଛାଲ ଓ ହରିଣ ଶିଙ୍ଗ ଜବତ କରାଯାଇଛି।  ଛତିଶଗଡ଼ ସୀମାନ୍ତ କଲମଡଙ୍ଗରିକେ ବନ୍ୟଜନ୍ତୁଙ୍କ ଶିକାର କରୁଥିବା ଖବର ମିଳିବା ପରେ ଏହି ଚଢ଼ଉ ହୋଇଥିଲା।

ବିଭିନ୍ନ ଜୀବଜନ୍ତୁର ଅଂଶବିଶେଷ ରହିଥିବା ବିଶେଷ ସୂତ୍ରରୁ ଖବର ପାଇ ଛତିଶଗଡ଼ର ଇନ୍ଦଗାଓଁ ବନ ବିଭାଗ ରାଇଘର ବନ ବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଇଥିଲା ପୂର୍ବରୁ ଯୋଜନା ପ୍ରସ୍ତୁତ କରି ଗତକାଲି ଉଭୟ ରାଜ୍ୟର ବନ ବିଭାଗ ପକ୍ଷରୁ କଲମ ଡଙ୍ଗରି ଗ୍ରାମର ପ୍ରାୟ ୧୦ ରୁ ୧୫ ଗୋଟି ଘରେ ଚଢାଉ କରିଥିଲେ ।ସେଥିମଧ୍ୟରୁ କୁଶ ଭତରା, ଡମାର ମାଝୀ ମହନ ସିଂ ରାଉତଙ୍କ ଘରୁ ଏକ କଲରା ପତରିଆ ବାଘ ଛାଲ, ହରିଣ ସିଙ୍ଘ, କୁଟୁରା ମୟୂର ଆଦି ବନ୍ୟଜନ୍ତୁଙ୍କ ଅବଶେଷ ଜବତ ହୋଇଥିବା ସହିତ ତୀର ବର୍ଚ୍ଛା ଭଳି କିଛି ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି ଏନେଇ ବନ ବିଭାଗ ପୃଥକ ପୃଥକ ଭାବେ କେଶ୍ ରୁଜ୍ଜୁ କରି ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ