ଏନ୍କାଉଣ୍ଟର୍ରେ ୫ ଆତଙ୍କବାଦୀ ନିହତ
ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ବିରୋଧରେ ଚାଲିଥିବା ଅଭିଯାନରେ ଶୁକ୍ରବାର ସକାଳେ ସୁରକ୍ଷାବଳଙ୍କୁ ବଡ଼ ସଫଳତା ମିଳିଛି। ସେନା ପକ୍ଷରୁ ହୋଇଥିବା ଏନକାଉଣ୍ଟରରେ ୫ ଆତଙ୍କବାଦୀ ନିପାତ ହୋଇଛନ୍ତି। ନିପାତ ହୋଇଥିବା ସବୁ ଆତଙ୍କବାଦୀ କୂପଓ୍ବାଡ଼ାରେ ଲାଇନ ଅଫ୍ କଣ୍ଟ୍ରୋଲରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ଜମ୍ମୁ-କାଶ୍ମୀରର ଅତିରିକ୍ତ ଡିଜିପି ବିଜୟ କୁମାର ଟ୍ବିଟ୍ କରି କହିଛନ୍ତି ଯେ, ‘କୂପଓ୍ବାଡ଼ା ପୋଲିସ୍ର ସୂଚନା ପରେ ସେନା ଏବଂ ପୋଲିସ୍ ଟିମ୍ ଏଲଓସି ନିକଟରେ ଅଭିଯାନ ଚଳାଇଛନ୍ତି। ଏହି ସମୟରେ ଏନକାଉଣ୍ଟରରେ ୫ ଆତଙ୍କବାଦୀ ମୃତ୍ୟୁ ହୋଇଛି। ଏବେବି ଅଞ୍ଚଳରେ ସର୍ଚ୍ଚ ଅଭିଯାନ ଚାଲିଛି।’’ ଏହା ପୂର୍ବରୁ ମଙ୍ଗଳବାର ଦୁଇ ଅଜଣା ଆତଙ୍କବାଦୀଙ୍କୁ ସୁରକ୍ଷା ବଳ କୂପଓ୍ବାଡ଼ାର ଦେବାନାର ମାଛିଲ ଅଞ୍ଚଳରେ ଏଲଓସି ନିକଟରେ ନିପାତ କରିଥିଲେ।
ଏହି ଆତଙ୍କବାଦୀଙ୍କ ନିକଟରେ ସୁରକ୍ଷା ବଳ ବଡ଼ ଆକାରରେ ଗୋଳା ବାରୁଦ ଏବଂ ହତିଆର ଜବତ କରିଥିଲେ। ଏହା ବ୍ୟତୀତ ବଡ଼ ସଂଖ୍ୟାରେ ଗ୍ରେନେଡ ମଧ୍ୟ ମିଳିଥିଲା।




user2 