ଫୋବିଆର କାରଣ କ’ଣ
ଫୋବିଆର କାରଣ କ’ଣ
ଭୁବନେଶ୍ୱର: ସାଧାରଣତଃ କିଛି ଲୋକଙ୍କୁ ଅନ୍ଧାରରେ ରହିଲେ ଡର ଲାଗିଥାଏ । ସେହିଭଳି ପାଣି, ଉଚ୍ଚସ୍ଥାନକୁ ଗଲେ ମଧ୍ୟ କିଛି ଲୋକ ବହୁତ ଜୋରରେ ଡରି ଯାଆନ୍ତି । ଏପରି ଭୟ କରିବାର ଅନେକ କାରଣ ଥାଏ ଏହାକୁ ଫୋବିଆ କୁହାଯାଏ । ଏକ ରିପୋର୍ଟ ଅନୁସାରେ ଡର କାହିଁକି ଲାଗିଥାଏ ଓ ମଣିଷକୁ କାହିଁକି ଏତେ ପରିମାଣରେ ଭୟଭୀତ କରିପାରେ ତାହା ଜାଣିବା ପାଇଁ ବୈଜ୍ଞାନିକମାନେ ମିନିସ୍କୋପ ନାମର ଏକ ଡିଭାଇସର ପ୍ରୟୋଗ କଲେ । ଏହି ଡିଭାଇସ ବ୍ରେନ ମଧ୍ୟରେ ଥିବା ୟୁରାନ୍ସର ଗତିବିଧିର ପତ୍ତା ଲଗାଇଥାଏ । ଆଉ ଏହି ରିସର୍ଚ୍ଚ ସମୟରେ ଜାଣିବାକୁ ମିଳିଥିଲା କି ଏଭଳି ଭୟର ଅସଲ କାରଣ ସବୁ କଣ ।
ପ୍ରଥମେ ମୂଷା ଉପରେ ଏହାର ପ୍ରୟୋଗ କରାଯାଇଥିଲା । ଆଉ ଯେତେବେଳେ ମୂଷାର ବ୍ରେନକୁ ମିନିସ୍କୋପରେ ଯୋଡା ଯାଇଥିଲା । ତେବେ ତାଙ୍କ ବ୍ରେନରେ ଅନେକ ପରିବର୍ତ୍ତନ ଦେଖାଗଲା । ମିନସ୍କୋପରେ କନେକ୍ଟ କରିବା ପରେ ମୂଷାକୁ ସେହି ସବୁ ଫୋବିଆ ସହ ସମ୍ପର୍କରେ ଅଣାଗଲା ଯାହାକୁ ସେମାନେ ବହୁତ ଭୟ କରିଥାନ୍ତି । ଯେମିତିକି ସେମାନଙ୍କ ପାଦରେ କରେଣ୍ଟର ଝଟକା ଦିଆଯିବା । କିଛି ଅଜିବ ଶବ୍ଦ ଶୁଣାଇବାର ପରିବେଶ କରିବା ଭଳି ଏସବୁ ସମ୍ପର୍କରେ ମୂଷାକୁ ଆଣିବା ।
ରିସର୍ଚ୍ଚ କହୁଛି କି ଯେବେ ଏମିତି ହେଲା ତେବେ ମୂଷାର ବ୍ରେନରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିଲା । ବୈଜ୍ଞାନିକଙ୍କର କହିବା କଥା ବ୍ରେନରେ ଦୁଇଟି ଏଭଳି ସର୍କିଟ ମିଳିଛି ଯାହା ଭୟ ସୃଷ୍ଟି କରିବାର କାମ କରିଥାଏ । ସେମାନଙ୍କର କହିବା କଥା କି କ୍ୟାଲ୍ସିଟୋନିନ ଜିନ ରିଲେଟେଡ ପେପ୍ଟାଇଡ ନ୍ୟୁରାନ୍ସ ବ୍ରେନର ଆମିଗଡାଲା ଭାଗ ସହ ମିଶି ଏହି ଡର ସୃଷ୍ଟି କରନ୍ତି ।
ରିସର୍ଚ୍ଚ ସମୟରେ ସାମନାକୁ ଆସିଥିଲା କି ଏହିଭଳି ନ୍ୟୁରାନ୍ସର ଗତିବିଧି ସେତେବେଳେ ବଢିଲା ଯେବେ ମୂଷାକୁ ଡରାଗଲା । ଯେମିତିକି ମୂଷା ଯେଉଁସବୁ ମୁଖ୍ୟ କାରଣ ପାଇଁ ଡରିଥାନ୍ତି । ଆଉ ସେହି ସମୟରେ ମିନିସ୍କୋପ ସାହାଯ୍ୟରେ ସେମାନଙ୍କ ନ୍ୟୁରାନ୍ସର ଲେବଲ ଚେକ କରାଗଲା । ଯାହା ବଢିଥିବାର ଦେଖିବାକୁ ମିଳିଲା ।




admin 