ଫିଲ୍ମ ଷ୍ଟାଇଲରେ ରାସ୍ତାରେ ପଥର ରଖି ୩ଡ୍ରାଇଭରଙ୍କଠାରୁ ଲୁଟି ନେଲେ ଲୁଟେରା
ବଲାଙ୍ଗିର : ଅନ୍ଧାର ରାତିର ସୁଯୋଗ ନେଇ ରାସ୍ତାରେ ପଥର ରଖି ଗାଡ଼ି ଅଟକାଇଲେ। ମାରାଣସ୍ତ୍ର ଦେଖାଇ ଟ୍ରକ୍ ଡ୍ରାଇଭରଙ୍କଠାରୁ ଲୁଟି ନେଲେ ଟଙ୍କା ପଇସା ଓ ମୋବାଇଲା। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଶ୍ରୀରାମ ଛକରେ।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ୬ଜଣ ଡକାୟତ ରାସ୍ତା ଉପରେ ବଡ଼ବଡ଼ ପଥର ରଖି ୩ଟି ଟ୍ରକ୍କୁ ଅଟକାଇଥିଲେ। ମାରଣାସ୍ତ୍ର ଦେଖାଇ ଟଙ୍କା ପଇସା ମାଗିଥିଲେ। ପରେ ଡ୍ରାଇଭର ଓ ହେଲପରଙ୍କ ଟଙ୍କା ପଇସା ଓ ମୋବାଇଲ ନେଇ ଚମ୍ପଟ ମାରିଥିଲେ। ଏହାସହ ଗାଡ଼ିର କାଚକୁ ମଧ୍ୟ ପଥରରେ ଭାଙ୍ଗି ଦେଇଥିଲେ। ପରେ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ଡ୍ରାଇଭରମାନେ ସିନ୍ଦେକେଲା ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।




admin 