ପ୍ୟାରିସ ଅଫ୍ ଗୁଜରାଟ, ଜର୍ମାନୀକୁ ବୁଲିଯିବାର ଅନୁଭବ
ପ୍ୟାରିସ ଅଫ୍ ଗୁଜରାଟ, ଜର୍ମାନୀକୁ ବୁଲିଯିବାର ଅନୁଭବ
ଗୁଜରାଟର ପାଟନା ଜିଲ୍ଲାରେ ଏକ ସହର ଅଛି, ଯାହାର ନାମ ହେଉଛି ସିଦ୍ଧପୁର । ସିଦ୍ଧପୁର ସହରର ବୋହରାୱାଡ଼ ଗଳିର ସୌନ୍ଦର୍ଯ୍ୟ ସମ୍ପର୍କରେ ବିଶ୍ୱସ୍ତରରେ ଚର୍ଚ୍ଚା ହେଉଛି । କାରଣ ଏହି ଗଳିକୁ ପ୍ୟାରିସ ଅଫ୍ ଗୁଜରାଟ କୁହାଯାଉଛି । ଏହି ଗଳି ଏଭଳି ଭାବେ ନିର୍ମାଣ କରାଯାଇଛି, ଯାହାକି ବିଦେଶୀ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରେ ଏବଂ ଏଠାକୁ ଆସିଲେ ପ୍ୟାରିସ୍ କିମ୍ବା ଜର୍ମାନୀକୁ ବୁଲିଯିବାର ଅନୁଭବ ହୋଇଥାଏ ।
ଏହି ଗଳିର ଇତିହାସ ପ୍ରାୟ ୨୦୦ବର୍ଷ ପୁରୁଣା । ଏଠାରେ ମୋଟ ୧୭୦୦ଟି ଘର ଅଛି, ଯେଉଁଠି କିଛି ବର୍ଷ ପୂର୍ବରୁ ଅନେକ ଲୋକ ରହୁଥିଲେ । କିନ୍ତୁ ଏବେ କେବଳ ୩୦୦ ଲୋକ ରହୁଛନ୍ତି, ଯେଉଁମାନେ କି ଏହି ପ୍ରାଚୀନ ଗଳିର ସୌନ୍ଦର୍ଯ୍ୟକୁ ସଂରକ୍ଷଣ କରି ରଖିଛନ୍ତି । ସବୁଠାରୁ ରୋଚକ ବିଷୟ ହେଉଛି, ଏହିସବୁ ଘର କାଠରେ ନିର୍ମିତ ଏବଂ ଘରର କାରୁକାର୍ଯ୍ୟଗୁଡ଼ିକ ଭିତରେ ଥିବା ସବୁ ଜିନିଷ ବହୁତ ପୁରୁଣା ଓ କାଠରେ ନିର୍ମାଣ କରାଯାଇଛି । ଗୁଜରାଟର ପ୍ୟାରିସ୍ ବୋଲାଉଥିବା ଏହି ଗଳିରେ ଅନେକ ବଲିଉଡ଼ ଫିଲ୍ମର ସୁଟିଂ ହୋଇଛି । ସାଉଥ ଫିଲ୍ମ ‘ଆର୍ଆର୍ଆର୍’ ମଧ୍ୟ ଏହି ଗଳିରେ ସୁଟିଂ ହୋଇଥିଲା । କେବଳ ଭାରତ ନୁହେଁ, ବିଦେଶୀ ପର୍ଯ୍ୟଟକ ମଧ୍ୟ ଏହି ଗଳିର ସୌନ୍ଦର୍ଯ୍ୟରେ ଆକୃଷ୍ଟ ହୋଇଥାନ୍ତି ।




admin 