ପ୍ରେମିକା ପାଇଁ ପ୍ରେମିକର ବାବା ବେଶ ଧାରଣ

ପ୍ରେମିକା ପାଇଁ ପ୍ରେମିକର ବାବା ବେଶ ଧାରଣ

ପ୍ରେମିକା ପାଇଁ ପ୍ରେମିକର ବାବା ବେଶ ଧାରଣ
ଯାଜପୁର: ଦୁହେଁ ଉଭୟଙ୍କୁ ବହୁତ ଭଲ ପାଉଥିଲେ । ଘଡ଼ିଏ ପରସ୍ପରକୁ ନଦେଖିଲେ ରହିପାରୁନଥିଲେ । ତେବେ ଗତ କିଛି ଦିନ ହେଲା ପରସ୍ପରକୁ ଭେଟି ପାରୁନଥିଲେ । ଶେଷରେ ପ୍ରେମିକ ଜଣକ ନିଜ ପ୍ରେମିକାକୁ ଦେଖା କରିବାକୁ ତାଙ୍କ ଘରକୁ ଯିବାକୁ ମନସ୍ଥ କଲେ । ତେବେ କାଳେ କିଏ ଚିହ୍ନି ନେବ ସେଥିରୁ ବର୍ତ୍ତିବା ପାଇଁ ପ୍ରେମିକଙ୍କ ମୁଣ୍ଡରେ ପଶିଲା ଅଜବ ବୁଦ୍ଧି । ପ୍ରେମିକ ଜଣକ ବାବା ବେଶରେ ଆସି ନିଜ ପ୍ରେମିକାକୁ ଦେଖା କରିବାକୁ ମନସ୍ଥ କଲେ । ହେଲେ ପ୍ରେମିକ ଜଣକ କିନ୍ତୁ ଏଥିରେ ସଫଳ ହେଲେନି । ଲୋକଙ୍କ ହାତରେ ଧରାପଡ଼ିଗଲେ । ଯାଜପୁର ଅଞ୍ଚଳରେ ଏଭଳି କିଛି କୌତୁହଳ ଘଟଣା ଦେଖିବାକୁ ମିଳିଛି । ପ୍ରେମିକାଙ୍କୁ ଦେଖା କରିବାକୁ ବାବା ବେଶରେ ଆସି ଜଣେ ଯୁବକଙ୍କୁ ହଟହଟା ହେବାକୁ ପଡ଼ିଛି । ଯାଜପୁରରୋଡ଼ରେ ରହୁଥିବା ପ୍ରେମିକାଙ୍କୁ ଦେଖା କରିବାକୁ ଆସି ଯୁବକ ଜଣକ ଫସିଯାଇଥିବା ଜଣାଯାଇଛି । ଯୁବକ ଜଣକ ବାବା ବେଶରେ ଆସିଥିବାବେଳେ ସ୍ଥାନୀୟ ଲୋକ ତାଙ୍କୁ ପିଲା ଚୋରଭାବି ଧରିବା ସହ ପୁଲିସ ଜିମା ଦେଇଛନ୍ତି । ଯୁବକ ଜଣକ ଅନୁଗୁଳ ଅଞ୍ଚଳର ଏକ କଲେଜର +୨ ଛାତ୍ର ବୋଲି ଜଣାଯାଇଛି ।