ପ୍ରାୟ ସବୁ ଶିକ୍ଷକ ଓ କର୍ମଚାରୀ ଟିକା ନେଇସାରିଛନ୍ତି : ଗଣଶିକ୍ଷା ମନ୍ତ୍ରୀ
ପ୍ରାୟ ସବୁ ଶିକ୍ଷକ ଓ କର୍ମଚାରୀ ଟିକା ନେଇସାରିଛନ୍ତି : ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର: ‘ଟିକାକରଣ ସ୍କୁଲ ଖୋଲିବାରେ ବାଧକ ହେବନି ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ଟିକା ନେଇଥିବା ଶିକ୍ଷକ ଓ କର୍ମଚାରୀ ସ୍କୁଲ ଆସିବା ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ଦେବା ଅବସରରେ ମନ୍ତ୍ରୀ ଶ୍ରୀ ଦାଶ ଏହା କହିଛନନ୍ତି ।
ସେ କହିଛନ୍ତି ଯେ, ପ୍ରାୟ ସବୁ ଶିକ୍ଷକ ଓ କର୍ମଚାରୀ ଟିକା ନେଇସାରିଛନ୍ତି । ଯେଉଁମାନେ ନେଇନାହାନ୍ତି, ସେମାନଙ୍କୁ ଅଗ୍ରାଧିକାର ଦେବାକୁ କହିବୁ । ଆମେ ଏସଓପିରେ ସବୁ ଉଲ୍ଲେଖ କରିଛୁ । ଅଭିଭାବକଙ୍କ ସହମତି ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ।
ଜୁଲାଇ ୨୬ରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ ହେବ । ଅଗଷ୍ଟରେ ନବମ ଶ୍ରେଣୀ ପିଲାଙ୍କର ପାଠପଢ଼ା ପାଇଁ ବ୍ୟବସ୍ଥା କରାଯିବ । ଜୁଲାଇ ୨୬ରେ ସ୍କୁଲ ଖୋଲିବା ପାଇଁ ଘୋଷଣା ହୋଇଥିବାବେଳେ କୋଭିଡ଼ ଗାଇଡ଼ଲାଇନ ପାଳନ କରାଯିବ । ଯଦି ସବୁ ଠିକଠାକ ଚାଲେ ତେବେ ଅଗଷ୍ଟ ୧୬ରୁ ନବମ ଶ୍ରେଣୀର ଛାତ୍ରଛାତ୍ରୀମାନେ ସ୍କୁଲ ଯିବେ । ସେହିପରି ସେପ୍ଟେମ୍ବର ୧୫ରୁ ଏକାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ ପାଇଁ ଯୋଜନା କରାଯିବ ।