ପ୍ରତିବର୍ଷ କମି ଚାଲିଛି ହାଇକୋର୍ଟ ବିଚାରପତି ନିଯୁକ୍ତି
ପ୍ରତିବର୍ଷ କମି ଚାଲିଛି ହାଇକୋର୍ଟ ବିଚାରପତି ନିଯୁକ୍ତି
admin
Mar 22, 2021 - 11:39
Updated: Mar 22, 2021 - 11:39
ନୂଆଦିଲ୍ଲୀ: ଦେଶର ବିଭିନ୍ନ ହାଇକୋର୍ଟରେ ୪୧୯ ବିଚାରପତି ପଦ ଶୂନ୍ୟ ରହିିଛି । ସର୍ବାଧିକ ପଦ ଆହ୍ଲାହାବାଦ, କଲକାତା ଓ ଦିଲ୍ଲୀ ହାଇକୋର୍ଟରେ ଶୂନ୍ୟ ରହିଛି । ଏହାର କାରଣ ହେଉଛି ବିଚାରପତି ନିଯୁକ୍ତି ସଂଖ୍ୟା ପ୍ରତିବର୍ଷ ହ୍ରାସ ପାଇଚାଲିଛି । ୨୦୨୦ରେ ୧୫ଟି ହାଇକୋର୍ଟ ପାଇଁ ମାତ୍ର ୬୬ ବିଚାରପତିଙ୍କୁ ନିଯୁକ୍ତି ଦିଆଯାଇଛି । ନିଯୁକ୍ତି ପରିମାଣ ପୂର୍ବ ବର୍ଷ ତୁଳନାରେ କ୍ରମାଗତ ହ୍ରାସ ପାଇଚାଲିଛି । ୨୦୧୮ରେ ୧୦୮ ବିଚାରପତିଙ୍କୁ ବିଭିନ୍ନ ହାଇକୋର୍ଟରେ ନିଯୁକ୍ତି ଦିଆଯାଇଥିବା ବେଳେ ୨୦୧୯ ରେ ଏହି ସଂଖ୍ୟା ୮୧କୁ ହ୍ରାସ ପାଇଥିଲା । ଦେଶର ୨୫ ହାଇକୋର୍ଟ ପାଇଁ ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ୧୦୮୦ ଥିବା ବେଳେ ଏହାର ୩୮ ପ୍ରତିଶତ (୪୧୯)ଫାଙ୍କା ପଡ଼ିଛି । ଦେଶର ସର୍ବ ବୃହତ ଆହ୍ଲାହାବାଦ ହାଇକୋର୍ଟରେ ୧୬୦ ମଧ୍ୟରୁ ୬୪ ପଦ ଶୂନ୍ୟ ରହିଥିବା ବେଳେ ଦିଲ୍ଲୀ ହାଇକୋର୍ଟରେ ୬୦ ରୁ ୩୧ ଓ କଲକାତା ହାଇକୋର୍ଟରେ ୭୨ ରୁ ୩୨ ପଦ ଶୂନ୍ୟ ରହିଛି । ବମ୍ବେ ହାଇକୋର୍ଟରେ ୯୪ରୁ ୬୩ ବିଚାରପତି ଅଛନ୍ତି । ହାଇକୋର୍ଟ ବିଚାରପତି ନିଯୁକ୍ତି ପାଇଁ ସୁପି୍ରମକୋର୍ଟ କଲେଜିୟମ ନାମ ପଠାଇଥିଲେ ମଧ୍ୟ କେନ୍ଦ୍ର ସରକାର ଏହାକୁ ଅନୁମୋଦନ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଓ ଏଥିପାଇଁ ଅନୁ୍ୟନ ୭ ମାସରୁ ଗୋଟିଏ ବର୍ଷ ନେଉଥିବା ଏହି ବିଳମ୍ବର କାରଣ ବୋଲି ଜଣାପଡ଼ିଛି । ସେହିଭଳି ବିଭିନ୍ନ ଅଦାଲତରେ ୪୯୨୮ ବିଚାରପତି ପଦ ଫାଙ୍କା ପଡ଼ିଛି ।