ପୋଲିସ ଗାଡି ଦୁର୍ଘଟଣାଗ୍ରସ୍ତ, ଏଏସଆଇ ଆହତ
ପୋଲିସ ଗାଡି ଦୁର୍ଘଟଣାଗ୍ରସ୍ତ, ଏଏସଆଇ ଆହତ
ମୋହନା : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କୀର୍ତିଙ୍ଗ ନିକଟରେ ପୋଲିସ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ମୋହନା ଥାନା ଏଏସଆଇ ଏଲ. ଭି ପ୍ରସାଦ ଆହତ ହୋଇଛନ୍ତି।
ସୂଚନାନୁଯାୟୀ, ଏକ ଗଞ୍ଜେଇ ବୋଝେଇ କାରକୁ ପିଛା କରୁଥିବା ବେଳେ କୀର୍ତିଙ୍ଗ ନିକଟରେ ମୋହନା ପୋଲିସ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ମୋହନା ଥାନାର ୧୧୨ ନମ୍ଵର ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ମୋହନା ଥାନା ଏଏସଆଇ ଏଲ. ଭି ପ୍ରସାଦ ଆହତ ହୋଇଛନ୍ତି। ଏଲ. ଭିଙ୍କ କାନ୍ଧରେ ଆଘାତ ଲାଗିଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି।




admin 