ପୌର ନିର୍ବାଚନ ନେଇ ଖୁବ୍‌ଶୀଘ୍ର ହୋଇପାରେ ତାରିଖ ଘୋଷଣା

ପୌର ନିର୍ବାଚନ ନେଇ ଖୁବ୍‌ଶୀଘ୍ର ହୋଇପାରେ ତାରିଖ ଘୋଷଣା

ପୌର ନିର୍ବାଚନ ନେଇ ଖୁବ୍‌ଶୀଘ୍ର ହୋଇପାରେ ତାରିଖ ଘୋଷଣା

ଭୁବନେଶ୍ୱର: ରାଜ୍ୟରେ ଏବେ ଚାଲିଛି ପଞ୍ଚାୟତ ନିର୍ବାଚନ । ପୌର ନିର୍ବାଚନ ନେଇ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି।  ଖୁବଶୀଘ୍ର ପୌର ନିର୍ବାଚନ ତାରିଖ ଘୋଷଣା ହୋଇପାରେ ।  ଯେକୌଣସି ମୁହୂର୍ତ୍ତରେ  ପୌର ନିର୍ବାଚନ ତାରିଖ ଘୋଷଣା ହୋଇପାରେ ।  ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । 

ବିଜ୍ଞପ୍ତି ମାଧ୍ୟମରେ ନଗର ଉନ୍ନୟନ ବିଭାଗ  ପୌର ନିର୍ବାଚନ ଆହ୍ୱାନ କରିଛି ।  ଏନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଅବଗତ କରାଯାଇଛି ।

ପୌର ପରିଷଦ, ଏନଏସି ଓ ମହାନଗର ନିଗମରେ ନିର୍ବାଚନ ହେବ ।  କାଉନସିଲର, କର୍ପୋରେଟର, ପୌରାଧ୍ୟକ୍ଷ ଓ ମେୟର ପାଇଁ ନିର୍ବାଚନ ହେବ ।  ୪୮ଟି ପୌର ପରିଷଦ ଓ ୫୯ଟି ଏନଏସିରେ ନିର୍ବାଚନ ହେବ ।  ଏହା ସହ ୩ଟି ମହାନଗର ନିଗମରେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବ ।