ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ମାଡ଼ ମାରି ୩୦ ହଜାର ଟଙ୍କା ଲୁଟ

ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ମାଡ଼ ମାରି ୩୦ ହଜାର ଟଙ୍କା ଲୁଟ

ସୋର : ବାଲେଶ୍ଵର ଜିଲ୍ଲା ସୋର ୧୬ ନମ୍ଵର ଜାତୀୟ ରାଜପଥ ପାଇକାଳି ନିକଟ ରିଲିଆନ୍ସ ପେଟ୍ରୋଲ ପମ୍ପରେ  ଭଙ୍ଗାରୁଜା କରିବା ସହ କର୍ମଚାରୀଙ୍କୁ ମାଡ଼ ମାରି ୩୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ।  

ସୂଚନାନୁଯାୟୀ, ସୋର ୧୬ ନମ୍ଵର ଜାତୀୟ ରାଜପଥ ପାଇକାଳି ନିକଟ ରିଲିଆନ୍ସ ପେଟ୍ରୋଲ ପମ୍ପକୁ ୩ ଜଣ ଯୁବକ ତେଲ ପକାଇବାକୁ ଆସିଥିଲେ। ତେଲ ପକାଇ ସାରିବା ପରେ ଟଙ୍କା ଚେଞ୍ଜ୍‌କୁ ନେଇ ପେଟ୍ରୋଲ ପମ୍ପ କର୍ମଚାରୀ ଓ ୩ ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ୩ ଯୁବକ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ମାଡ଼ ମାରିବା ସହ ଅଫିସ୍ କାଚ ଭାଙ୍ଗି ୩୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଲୁଟ୍ ବେଳର ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଛି। ସିସିଟିଭି ଭିଡିଓ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଦୁଇ ଜଣ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।