ପେଟ୍ରୋଲ୍‌ ଦର ବେଲଗାମ୍

ପେଟ୍ରୋଲ୍‌ ଦର ବେଲଗାମ୍

ପେଟ୍ରୋଲ୍‌ ଦର ବେଲଗାମ୍

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କ୍ରମାଗତ ଭାବେ ହୁ ହୁ ହୋଇ ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଏଥିପାଇଁ ଖାଉଟି ମାନେ ଅଧିକ ପ୍ରଭାବିତ ହେଉଛନ୍ତି । ସୂଚନା ଅନୁସାରେ ଆଜି ମୁମ୍ବାଇରେ ପେଟ୍ରୋଲ ଦର ୧୧୪ଟଙ୍କା ୧୪ପଇସା ରହିଥିବାବେଳେ ଡିଜେଲ ଦର ରହିଛି ୧୦୫ଟଙ୍କା ୧୨ ପଇସା । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୮ଟଙ୍କା ୨୯ ପଇସା ରହିଥିବାବେଳେ ଡିଜେଲ ଲିଟର ପିଛା ୯୭ଟଙ୍କା ୨ପଇସା ରହିଛିି ।

ସେହିପରି ଚେନ୍ନାଇରେ ପେଟ୍ରୋଲ ଦର ୧୦୫ଟଙ୍କା ୧୩ପଇସା ରହିଥିବାବେଳେ ଡିଜେଲର ଦାମ ରହିଛି ୧୦୧ଟଙ୍କା ୨୫ପଇସା । କୋଲକାତାରେ ପେଟ୍ରୋଲ ୧୦୮ଟଙ୍କା ୭୮ପଇସା ଓ ଡିଜେଲର ଦାମ୍ ୧୦୦ଟଙ୍କା ୧୪ପଇସା ରହିଛି ।

ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୯ଟଙ୍କା ୨୫ ପଇସା ଓ ଡିଜେଲ ୧୦୫ଟଙ୍କା ୮୫ ପଇସା ରହିଛି ।