ପେଚାଙ୍କ ସୁରକ୍ଷା ପାଇଁ ଏହି ପଦକ୍ଷେପ ନେଲା କରବେଟ ଜାତୀୟ ଉଦ୍ୟାନ
ପେଚାଙ୍କ ସୁରକ୍ଷା ପାଇଁ ଏହି ପଦକ୍ଷେପ ନେଲା କରବେଟ ଜାତୀୟ ଉଦ୍ୟାନ
admin
Nov 13, 2020 - 06:55
Updated: Nov 13, 2020 - 06:55
ନୈନିତାଲ : ପେଚାଙ୍କ ସୁରକ୍ଷା ପାଇଁ କର୍ବେଟ ଜାତୀୟ ଉଦ୍ୟାନ ପକ୍ଷରୁ ଏକ ଅନନ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି । ଦୀପାବଳିରେ ପେଚା ମାନଙ୍କୁ ସୁରକ୍ଷା ଦେବା ପାଇଁ ସମସ୍ତ କର୍ମଚାରୀଙ୍କ ଛୁଟିକୁ ବାତିଲ କରାଯାଇଛି । କର୍ବେଟ ବ୍ୟାଘ୍ର ଅଭୟାରଣ୍ୟରେ ଆସନ୍ତା ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଦୀପାବଳି ସମୟରେ ପେଚା ବଳି ଦିଆଯାଉଥିବାରୁ ଏହାକୁ ରୋକିବା ପାଇଁ ଅଭୟାରଣ୍ୟ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।
ପେଚାକୁ ଲକ୍ଷ୍ମୀଙ୍କର ବାହନ ବୋଲି ହିନ୍ଦୁଧର୍ମରେ ବିଶ୍ୱାସ କରାଯାଇଥାଏ । ଏହି ବିଶ୍ୱାସ କାରଣରୁ ଦୀପାବଳି ସମୟରେ ଅର୍ଥପ୍ରାପ୍ତି ପାଇଁ ପେଚାବଳି ଦିଆଯାଇଥାଏ । ଏହା ସହିତ ପେଚାର ବ୍ୟବହାର କଳାଯାଦୁ ଏବଂ ଅନ୍ୟାନ୍ୟ ଔଷଧ ପ୍ରସ୍ତୁତିରେ ମଧ୍ୟ ହୋଇଥାଏ । ପେଚା ବର୍ତ୍ତମାନ ବିଲୁପ୍ତପ୍ରାୟ ପ୍ରଜାତିର ପ୍ରାଣୀ ହୋଇଥିବାରୁ ପେଚା ଶିକାର ରୋକିବା ପାଇଁ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଛଟି ବାତିଲ ହେବା ଦ୍ୱାରା ପ୍ୟାଟ୍ରୋଲିଂକୁ ଅଧିକ କଡାକଡି କରାଯାଇପାରିବ ବୋଲି ଅଭୟାରଣ୍ୟ ନିଦେ୍ର୍ଧଶକ ରାହୁଲ ପ୍ରକାଶ କରିଛନ୍ତି ।
ଏନଡବ୍ଲ୍ୟୁଏଫ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ପେଚା ଚୋରାଚାଲାକାରୀଙ୍କ ପାଇଁ ଉତ୍ତରାଖଣ୍ଡ ଭୂସ୍ୱର୍ଗ ପାଲଟିଛି । ଏହାକୁ ନେଇ କାଗଜପତ୍ରରେ କୌଣସି ତଥ୍ୟ ନଥିଲେ ମଧ୍ୟ ବର୍ଷକୁ ୧୭ ହଜାରରୁ ଅଧିକ ପେଚା ଶିକାର କରାଯାଉଥିବା ନେଇ ପକ୍ଷୀ ବିଜ୍ଞାନୀ ସତୀଶ ସିନେ୍ଦ ପ୍ରକାଶ କରିଛନ୍ତି । ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ ଅନୁଯାୟୀ ଭାରତରେ ଦେଖାଦେଉଥିବା ପେଚାଙ୍କ ମଧ୍ୟରୁ ଗୋଟିଏ ପ୍ରଜାତିକୁ ବିଲୁପ୍ତ ବୋଲି ଘୋଷଣା କରାଯାଇଛି । ଦେଶରେ ପ୍ରାୟ ୩୦ ପ୍ରକାରର ପେଚା ଦେଖା ଦେଇଥାନ୍ତି ।