ପୁସ୍ତକ ହିଁ ପ୍ରକୃତ ବନ୍ଧୁ

ପୁସ୍ତକ ହିଁ ପ୍ରକୃତ ବନ୍ଧୁ

ପୁସ୍ତକ ହିଁ ପ୍ରକୃତ ବନ୍ଧୁ
ଖୁବ କମ ସଂଖ୍ୟକ ଲୋକ ନିୟମିତ ଭାବେ ପୁସ୍ତକ, ଯେପରିକି ଉପନ୍ୟାସ, ପତ୍ରିକା ଇତ୍ୟାଦି ପଢିବାକୁ ପସନ୍ଦ କରିଥାନ୍ତି । ଆଉ ସେହି ବର୍ଗର ଲୋକେ ହିଁ ଅନ୍ୟମାନଙ୍କ ତୁଳନାରେ ନିଜକୁ ଫିଟ ରଖିପାରିଛନ୍ତି । ଏଇ ତଥ୍ୟକୁ ପ୍ରମାଣିତ କରିଛନ୍ତି କାନାଡାର ଗବେଷକସମୂହ । ସର୍ବେକ୍ଷଣରେ ୧୯-୫୫ ବର୍ଷ ବୟସର ପ୍ରାୟ ୨ ଲକ୍ଷ ଲୋକ ସାମିଲ ହୋଇଥିଲେ । ପୁସ୍ତକ ପଢିଲେ କେବଳ ଜ୍ଞାନ ଆହରଣ ହୋଇନଥାଏ ବରଂ ଏହା ଆମ ମନକୁ ମଧ୍ୟ ସତେଜ କରିଥାଏ ବୋଲି ଜଣାପଡିଛି ନିୟମିତ ଭାବେ ପୁସ୍ତକ ପଢୁଥିବା ଲୋକଙ୍କୁ ଅବସାଦଗ୍ରସ୍ତ ହେବାର ଆଦୌ ଆଶଙ୍କା ନାହିଁ ବୋଲି ଗବେଷକଙ୍କ ମତ । କାରଣ ତନ୍ନତ୍ନ୍ କରି ପତ୍ରିକା ପଢିଲେ, ଏହାର ପ୍ରତ୍ୟେକ ଟିପ୍ପ ଅବା ଏକ କାହାଣୀରେ ନିଜକୁ ହଜାଇ ଦେଇଥାଏ ପାଠକ । ବିଶେଷ କରି ବୟସ୍କ ବର୍ଗର ଲୋକେ ଆଜିକାଲି ପୁସ୍ତକ ପଢିବାରେ ଅଧିକ ସମୟ ଅତିବାହିତ କରୁଛନ୍ତି । ଅବସର ପରେ ଏମାନେ ଭାବିଥାନ୍ତି ତାଙ୍କ ପାଖରେ ଆଉ କିଛି କାମ କରିବାର ନାହିଁ । ହେଲେ ପୁସ୍ତକର ଦୁନିଆରୁ ଏମାନଙ୍କୁ ମୁହୂର୍ତେ ମଧ୍ୟ ଫୁରସତ ମିଳେନାହିଁ । ପୁସ୍ତକ ନିୟମିତ ପଢୁଥିବା ଲୋକଙ୍କ ସ୍ମୃତି ଶକ୍ତି ମଧ୍ୟ ବେଶ ପ୍ରଖର । ଏଣୁ ଅନ୍ୟାନ୍ୟ କାମ କରିବା ସହ ପୁସ୍ତକ ପଢିବାରେ ସମସ୍ତ ଅଧିକ ସମୟ ଅତିବାହିତ କରନ୍ତୁ ବୋଲି ବିଶେଷଜ୍ଞ ଦଳ ମୁଖ୍ୟ କହିଛନ୍ତି ।