ପୁଲିସ କମିଶନରଙ୍କୁ ତାରାଙ୍କ ଚାଲେଞ୍ଜ, ପ୍ରମାଣ ଦେଲେ ରାଜନୀତି ଛାଡିଦେବି

ପୁଲିସ କମିଶନରଙ୍କୁ ତାରାଙ୍କ ଚାଲେଞ୍ଜ, ପ୍ରମାଣ ଦେଲେ ରାଜନୀତି ଛାଡିଦେବି

ପୁଲିସ କମିଶନରଙ୍କୁ ତାରାଙ୍କ ଚାଲେଞ୍ଜ, ପ୍ରମାଣ ଦେଲେ ରାଜନୀତି ଛାଡିଦେବି

ଭୁବନେଶ୍ୱର: ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । କଂଗ୍ରେସ କର୍ମୀ ପଥର ମାଡ଼ କରିଥିବା ପୁଲିସର ଅଭିଯୋଗ ନେଇ ତାରା ସିପିଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ।  ଯଦି ସିପି କଂଗ୍ରେସ କର୍ମୀ ପଥର ମାରିବା ପ୍ରମାଣ କରିଦେଲେ ସେ ରାଜନୀତି ଛାଡ଼ିଦେବି ବୋଲି ତାରା କହିଛନ୍ତି ।  ତେବେ ଯଦି ସିପି ଏହା ପ୍ରମାଣିତ କରିନପାରିଲେ ତେବେ ସେ ଚାକିରି ଛାଡ଼ିବେ କି ବୋଲି ତାରା ପ୍ରଶ୍ନ କରିଛନ୍ତି । 

ଏହାସହ ତାରା କହିଛନ୍ତି ଯେ,ପୁଲିସ କଂଗ୍ରେସ ଭବନ ଭିତରକୁ ଢେଲା ମାଡ଼ କରିଛି ।  କଂଗ୍ରେସ ଭବନରେ ପଶି ପୁଲିସ ମାଡ଼ ମାରିବା ଘଟଣାର ତଦନ୍ତ ହେଉ ।  କାର୍ଯ୍ୟାନୁଷ୍ଠାନ ନହେଲେ କଂଗ୍ରେସ ସିପି ଅଫିସ ଘେରାଉ କରିବ ବୋଲି ତାରା କହିଛନ୍ତି । 

ସୂଚନା ଅନୂସାରେ  ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ତଥା ମମିତା ମେହେରଙ୍କୁ ନ୍ୟାୟ ଦାବି କରି ଛାତ୍ର କଂଗ୍ରେସ ବିଧାନସଭା ଘେରାଉ କରିବାକୁ ଚେଷ୍ଟା କରିବା ସମୟରେ ପୋଲିସ୍ କର୍ମୀ ସେମାନଙ୍କୁ ଅତି ନୃସଂସ ଭାବରେ ଗୋଡାଇ ଗୋଡାଇ ପିଟିଥିଲେ ।