ପୁଣି ସଚେତନତାର ବାର୍ତା ଦେଲେ ମୁଖ୍ୟମନ୍ତ୍ରୀ ।

ପୁଣି ସଚେତନତାର ବାର୍ତା ଦେଲେ ମୁଖ୍ୟମନ୍ତ୍ରୀ ।

ପୁଣି ସଚେତନତାର ବାର୍ତା ଦେଲେ ମୁଖ୍ୟମନ୍ତ୍ରୀ ।
କରୋନା ମୁକାବିଲା ପାଇଁ ରାଜ୍ୟବାସୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁଣି ସଚେତନତାର ବାର୍ତା ଦେଇଛନ୍ତି । କହିଛନ୍ତି କେବଳ ସଚେତନତା ଦ୍ୱାରା ହିଁ , ଆମେ କରୋନା ସଂକ୍ରମଣକୁ ରୋକି ପାରିବା । କରୋନାକୁ ଡରିବାର କିଛି ନାହିଁ । କିନ୍ତୁ ଆମକୁ ସାବଧାନ ରହିବାକୁ ପଡିବ । ଏହାସହ ଦିଲ୍ଳୀ ନିଜାମୁଦ୍ଦିନ ସଭାରେ ଓଡିଶାରୁ ଯୋଗଦେଇଥିବା ସମସ୍ତଙ୍କୁ ଟ୍ରୋଲ ଫ୍ରି ନମ୍ବର ୧୦୪ରେ ତୁରନ୍ତ ଯୋଗଯୋଗ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି । ସେ ଡାକ୍ତରଙ୍କ ପରାମର୍ଶ ମାନନ୍ତୁ, ୨୪ ଘଂଟା ଭିତରେ ପରୀକ୍ଷା କରାନ୍ତୁ । ବିଳମ୍ବ କରନ୍ତୁ ନାହିଁ, ବିଳମ୍ବ କଲେ ଏହା ଆପଣ ଓ ଆପଣଙ୍କ ପରିବାରକୁ ଅସୁବିଧାରେ ପକାଇପାରେ । ଆପଣଙ୍କ ସହଯୋଗ ହିଁ ଆପଣଙ୍କ ପରିବାର ସହିତ ସାରା ମାନବଜାତିର ବହୁତ ବଡ ଉପକାର କରିପାରିବ । ରାଜ୍ୟ ସରକାର ଆପଣଙ୍କ ସହ ରହିଛି । ତେଣୁ ଆପଣ ଡରତୁ ନାହିଁ।