ପୁଣି ଭୁବନେଶ୍ୱରରେ ୨ ପଜିଟିଭ ଚିହ୍ନଟ ।

ପୁଣି ଭୁବନେଶ୍ୱରରେ ୨ ପଜିଟିଭ ଚିହ୍ନଟ ।

ପୁଣି ଭୁବନେଶ୍ୱରରେ ୨ ପଜିଟିଭ ଚିହ୍ନଟ ।
ଆଜି ରାଜଧାନୀ ଭୁବନେଶ୍ୱରରେ ପୁଣି ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଆପୋଲୋ ହସ୍ପିଟାଲର ଜଣେ ୨୫ ବର୍ଷିୟ ପୁରୁଷ କର୍ମଚାରୀ ଅଛନ୍ତି। ତାଙ୍କର ଜଣେ ନିକଟ ସଂପର୍କୀୟ ସୁରତ ଫେରନ୍ତା। ଆଉ ଜଣେ ନୟାପଲ୍ଲୀ ଅଞ୍ଚଳର ଶ୍ରୀରାମ ବିହାର ଆପାର୍ଟମେଣ୍ଟର ୬୭ ବର୍ଷିୟ ପୁରୁଷ ଅଛନ୍ତି। ସେ ଘରେ ସଙ୍ଗରୋଧରେ ଥିଲେ ବୋଲି ବିଏମସି ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ସେମାନଙ୍କର କଣ୍ଟାକ୍ଟ ଟ୍ରେସିଙ୍ଗ ଚାଲିଥିବା ବେଳେ ତାଙ୍କ ଘର ପାଖାପାଖି ଅଞ୍ଚଳ ସାନିଟାଇଜ କରାଯିବା ସହ ଆଖପାଖ ପଡ଼ୋଶୀଙ୍କୁ କ୍ଵାରେଣ୍ଟାଇନରେ ରଖାଯାଇଛି । ଏବେ ରାଜଧାନୀ ଭୁବନେଶ୍ୱରରେ ମୋଟ୍ କରୋନା ପଜିଟିଭ୍ ଚିହ୍ନଟଙ୍କ ସଂଖ୍ୟା ୧୦୧ରେ ପହଞ୍ଚିଛି। ଅନ୍ୟପକ୍ଷରେ ଆଜି ଆଉଜଣେ କରୋନା ଆକ୍ରାନ୍ତ ମୃତୁ୍ୟବରଣ କରିଛନ୍ତି । ୩୮ ବର୍ଷୀୟ ମହିଳା ମୃତୁ୍ୟବରଣ କରିଥିବା ସୂଚନା ମିଳିଛି ।