ପୁଣି ଭାରତ-ଚୀନ ସେନା ଧସ୍ତାଧସ୍ତି, ଜାଣନ୍ତୁ କାହିଁକି

ପୁଣି ଭାରତ-ଚୀନ ସେନା ଧସ୍ତାଧସ୍ତି, ଜାଣନ୍ତୁ କାହିଁକି

ପୁଣି ଭାରତ-ଚୀନ ସେନା ଧସ୍ତାଧସ୍ତି, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଚୀନ୍ ସେନ। ଅରୁଣାଚଳ ପ୍ରଦେଶର ତୱାଙ୍ଗ ଠାରେ ଏହି ଦୁଇ ସେନା ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ହୋଇଛି । ଏଥିରେ ୬ ଜଣ ଭାରତୀୟ ସେନା ଆହତ ହୋଇଥିବା ବେଳେ ଚୀନ୍‌ର ୧୨ରୁ ଅଧିକ ସେନା ଆହତ ହୋଇଛନ୍ତି। ତେବେ ଏହି ଘଟଣାକୁ ନେଇ ବିରୋଧୀ ଏବେ ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଛବିକୁ ବଞ୍ଚାଇବାକୁ ଯାଇ ଦେଶକୁ ବିପଦରେ ପକାଉଥିବା ନେଇ କଂଗ୍ରେସ ଅଭିଯୋଗ କରିଛି। ଦଳର ନୂଆ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେ ଓ ଦଳର ମହାସଚିବ ଜୟରାମ ରମେଶ କେନ୍ଦ୍ର ସରକାରଙ୍କୁ ଏନେଇ ଟାର୍ଗେଟ୍ କରିଛନ୍ତି। ଏଥିସହ ଏହି ଘଟଣାକୁ ନେଇ ମୋଦି ସରକାରଙ୍କୁ ସେମାନେ ଜବାବ ମାଗିଛନ୍ତି।

ଉଲ୍ଲେଖଯୋଗ୍ୟ, ଡ୍ରାଗନ ସେନାର ପ୍ରାୟ ୩ଶହ ଯବାନ ଅଚାନକ ୯ ତାରିଖ ଆସି ଅରୁଚାଳ ପ୍ରଦେଶର ତୱାଙ୍ଗ ସେକ୍ଟରରେ ନିୟନ୍ତ୍ରଣ ରେଖା ଅତିକ୍ରମ କରି ଗଣ୍ଡଗୋଳ କରିଥିଲେ। ଚୀନ୍ ସୈନିକମାନେ ଭାରତୀୟ ସେନା ଉପରକୁ ପଥର ମାଡ କରିଥିଲେ। ଏହାର ଜବାବରେ ଭାରତୀୟ ସେନା ମଧ୍ୟ ଉଚିତ ଉତ୍ତର ଦେଇଥିଲା। ଏହି ସଂଘର୍ଷରେ ଉଭୟ ପକ୍ଷର ସୈନିକ ସାମାନ୍ୟ ରୂପେ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ଚିକିତ୍ସା ପାଇଁ ଗୌହାଟୀ ଅଣାଯାଇଛି । ସୋମବାର ଦିନ ଏନେଇ ସେନା ପକ୍ଷରୁ ସୂଚନା ମିଳିଛି।