ପୁଣି ବଲିଉଡକୁ ଜାଳିବ ଟ୍ରେନ୍ ।

ପୁଣି ବଲିଉଡକୁ ଜାଳିବ ଟ୍ରେନ୍ ।

ପୁଣି ବଲିଉଡକୁ ଜାଳିବ ଟ୍ରେନ୍ ।
ବର୍ତମାନ ବଲିଉଡରେ ରିମେକର ଟ୍ରେଣ୍ଡ୍ ଚାଲିଛି । ପ୍ରାୟ ନିର୍ମାତା ହଲିଉଡ୍ ଓ ବଲିଉଡ୍ର ପୁରୁଣା ହିଟ୍ ଫିଲ୍ମ ଗୁଡ଼ିକର ରିମେକ୍ କରିବାକୁ ପସନ୍ଦ କରୁଛନ୍ତି। ଆଉ ୧୯୮୦ରେ ରିଲିଜ୍ ହୋଇଥିବା ବଲିଉଡ୍ର ସୁପରହିଟ୍ ସିନେମା ‘ଦ ବର୍ନିଂ ଟ୍ରେନ୍’ର ରିମେକ୍ ହେବାକୁ ଯାଉଛି। ରବି ଚୋପ୍ରାଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଏହି ମଲ୍ଟି ଷ୍ଟାରର୍ ସିନେମାରେ ଧର୍ମେନ୍ଦ୍ର, ହେମା ମାଳିନୀ, ଜିତେନ୍ଦ୍ର, ବିନୋଦ ଖନ୍ନା ଓ ନୀତୁ ସିଂ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ସୂଚନା ଅନୁୟାୟୀ, ଜ୍ୟାକି ଭଗନାନୀ ଓ କପିଲ୍ ଜୁନୋ ଚୋପ୍ରା ଏହି ଫିଲ୍ମର ରିମେକ୍ କରିବାକୁ ହାତ ମିଶାଇଛନ୍ତି। ଦୁହେଁ ପୁଣିଥରେ ଏହି ଫିଲ୍ମକୁ ସେହିଭଳି ଅନ୍ଦାଜରେ ପରଦାକୁ ଆଣିବାକୁ ଚାହୁଁଛନ୍ତି। ଏହାର ରିମେକ୍ରେ ବି ଏକାଧିକ ଅଭିନେତା ଓ ଅଭିନେତ୍ରୀ ରହିବେ। ହେଲେ ଏବେ ଯାଏ ଫିଲ୍ମର ଷ୍ଟାରକାଷ୍ଟଙ୍କ ସଂପର୍କରେ କୌଣସି ସୂଚନା ମିଳିପାହିଁ। ତେବେ କୁହାଯାଉଛି ଯେ ଜୁଲାଇ ମାସରେ ଏହାର ଶୁଟିଂ ଆରମ୍ଭ ହେବ। ‘ଦ ବର୍ନିଂ ଟ୍ରେନ୍’ର କାହାଣୀ ଏକ ଚଳନ୍ତା ଟ୍ରେନ୍ରେ ଘଟିଥିବା ଅଗ୍ନିକାଣ୍ଡ ଓ ଏଥିରୁ କିପରି ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲା, ତା’ ଉପରେ ଆଧାରିତ। ତେବେ ଏହାର ରିମେକ୍ରେ କାହାଣୀରେ କିଛି ନୂଆ କଥା ଦେଖିବାକୁ ମିଳିବ। ନିର୍ମାତାଙ୍କ ସୂଚନା ମୁତାବକ ଫିଲ୍ମରେ କିଛି ନୂଆ ଟ୍ୱିଷ୍ଟ ଦିଆଯିବ।