ଦିନକ ପରେ ଜିଏସଟି ପରିଷଦ ବୈଠକ

ଦିନକ ପରେ ଜିଏସଟି ପରିଷଦ ବୈଠକ

ଦିନକ ପରେ ଜିଏସଟି ପରିଷଦ ବୈଠକ
ଦ୍ରବ୍ୟ ଓ ସେବା କର (ଜିଏସଟି) ପରିଷଦର ଆସନ୍ତା ବୈଠକ ଶନିବାର ଅନୁଷ୍ଠିତ ହେବ । ଏହି ବୈଠକ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । କାରଣ ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇପାରେ । ଏଥି ସହ ବୈଠକରେ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ମଧ୍ୟରେ ମଧ୍ୟ ଆଲୋଚନା ହେବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ପରିଷଦର ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ଜିଏସଟି ନେଟୱାର୍କ ପୋର୍ଟାଲ ପରିଚାଳନାଗତ ଆଲୋଚନା ମଧ୍ୟ ହୋଇପାରେ । ବୈଠକରେ ଇନଫୋସିସ ଦ୍ୱାରା ଏହି ସମସ୍ୟାର ସମାଧାନ ହୋଇପାରେ । ସୂଚନା ପ୍ରଯୁକ୍ତିବିଦ୍ୟା କଂପାନୀ ଇନଫୋସିସକୁ ୨୦୧୫ରେ ଜିଏସଟି ନେଟୱାର୍କକୁ ତତ୍କାଳୀନ ପରିଚାଳନାକୁ ଠିକା ଦେଇଥିଲା । ଏହି ବୈଠକରେ ମୋବାଇଲ ଫୋନ, ଜୋତା-ଚପଲ ଏବଂ କପଡ଼ା ଭଳି ଜିନିଷ ଶସ୍ତା ହେବାର ଅନୁମାନ କରାଯାଉଛି । କାରଣ ବହୁ ଦିନରୁ ଏହିସବୁ ଜିନିଷର ଦର ହ୍ରାସ କରିବା ପାଇଁ ଦାବି ହୋଇଆସୁଛି । ବୈଠକରେ ଗ୍ରାହକଙ୍କୁ ଜିଏସଟି ବିଲ ପୈଠ ଉପରେ ପୁରସ୍କାର ଯୋଜନା ମଧ୍ୟ ଲାଗୁ ହୋଇପାରେ ।