ପୁଣି ନବୀନଙ୍କୁ ଅହଙ୍କାରୀ କହିଲେ ସୌମ୍ୟ

ପୁଣି ନବୀନଙ୍କୁ ଅହଙ୍କାରୀ କହିଲେ ସୌମ୍ୟ

ପୁଣି ନବୀନଙ୍କୁ ଅହଙ୍କାରୀ କହିଲେ ସୌମ୍ୟ

ଭୁବନେଶ୍ୱର : ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରାମର୍ଶ ଆଳରେ ତାତ୍ସଲ୍ୟ କରିବାକୁ ପଛାଉନାହାନ୍ତି ବିଜେଡ଼ି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ  । ଯେଉଁକଥା କେହି କହିବାକୁ ସାହାସ କରୁନାହାନ୍ତି ସୌମ୍ୟ ସେଭଳି କଡ଼ା ଟିପ୍ପଣୀ ଦେବାର ଦୁଃସାହସ କରି ଚର୍ଚ୍ଚା ସୃଷ୍ଟି କରିଛନ୍ତି  ।

ନିଜ ଖବରକାଗଜରେ ସୌମ୍ୟରଂଜନ ଲେଖିଛନ୍ତିଯେ, ରାଜନୈତିକ ବିକଳ୍ପର ଅଭାବ ମଧ୍ୟ ନବୀନଙ୍କ ସଫଳତାର ଅନ୍ୟତମ କାରଣ  । ବାରମ୍ବାର ମିଳୁଥିବା ସହଜ ସଫଳତା ଆଜି ଅହଙ୍କାରର ରୂପ ନେଇଛି  । ଯେଉଁଥିପାଇଁ ସ୍ୱଚ୍ଛତା ଓ ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ସଂକୋଚିତ ହୋଇଛି  । ମୁଖ୍ୟମନ୍ତ୍ରୀଙ୍କର ଡାହାଣ ହାତ ଥିବା ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଆୟ ବର୍ହିଭୂତ ସମ୍ପତି ଠୁଳ କରିବାର ଅଭିଯୋଗ ହୋଇଛି  । ଏବେ ରାଜ୍ୟରେ ଦୁର୍ନୀତି ବଢ଼ି ଚାଲିଛି  । ସରଂପଚଙ୍କ ଠାରୁ ନେଇ ବିଧାୟକଙ୍କ ପର୍ଯ୍ୟନ୍ତ ସମସ୍ତେ ନିର୍ବାଚନ ଜିଣିବା ପାଇଁ ଅର୍ଥ ଯୋଗାଡ଼ କରିବାରେ ବ୍ୟସ୍ତ ରହୁଛନ୍ତି  । ତେଣୁ ସ୍ୱଚ୍ଛତା କମିବା ସହ ଦୁର୍ନୀତି ବଢ଼ିବା ବ୍ୟତୀତ ଅନ୍ୟ ବାଟ ନାହିଁ  । ବାରମ୍ବାର କ୍ଷମତାକୁ ଆସିଲେ ଚାମଲିଙ୍ଗ ଓ ଜ୍ୟୋତିବସୁଙ୍କ ରେକଡର଼୍ ଭାଙ୍ଗିବ ସିନା ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବା ପାଇଁ ଯଥେଷ୍ଟ ହେବନାହିଁ ବୋଲି ସୌମ୍ୟ ଉଲ୍ଳେଖ କରିଛନ୍ତି  ।