ପିଲାଙ୍କ ସାମ୍ନାରେ କୁହନ୍ତୁ ନାହିଁ ଏହି କଥା
ପିଲାଙ୍କ ସାମ୍ନାରେ କୁହନ୍ତୁ ନାହିଁ ଏହି କଥା
ଭୁବନେଶ୍ୱର: ପିଲାଙ୍କର ଲାଳନପାଳନ କରିବା ଏକ ଗୁରୁ ଦାୟିତ୍ୱ । ଅଭିଭାବକମାନଙ୍କୁ ଛୋଟ ପିଲାଙ୍କ ସମ୍ମୁଖରେ ଭାବିଚିନ୍ତି କଥା କହିବା ଉଚିତ । ପିଲାମାନେ ଏକ ଚାରା ସଦୃଶ । ପିଲାଟିଦିନରୁ ତାଙ୍କୁ ଯେଉଁଭଳି ଭାବେ ଗଢ଼ିବେ, ସେ ବଡ଼ ହେଲେ ସେଭଳି ହେବେ । ଏଣୁ ଏସବୁ ବିଷୟରେ ଧ୍ୟାନ ନ ରଖିଲେ ଭବିଷ୍ୟତରେ ଅସୁବିଧାର ସମ୍ମୁଖୀନ ହେବେ ।
- ପିଲାଙ୍କ ସମ୍ମୁଖରେ କେବେ ବି ମିଛ କହିବ ନାହିଁ:- ପିଲାଙ୍କ ସାମ୍ନାରେ ବାପାମା’ଙ୍କୁ କେବେହେଲେ ମିଛ କହିବା ଉଚିତ ନୁହେଁ । ଏଥିସହ ନିଜର ବଡପଣ ଦେଖାଇବା ଉଚିତ ନୁହେଁ । ଏପରି କଲେ ଅଭିଭାବକଟିଏ ପିଲାକୁ ମିଛ କହିବା ଶିଖାଇଥାନ୍ତି ।
- ପିଲା ସାମ୍ନାରେ କରନ୍ତୁ ପରସ୍ପରର ସମ୍ମାନ:- ପିଲାଙ୍କ ସମ୍ମୁଖରେ ବାପାମା’ଙ୍କୁ ପରସ୍ପରର ସମ୍ମାନ କରିବା ଉଚିତ । କାରଣ ଆପଣ ଯାହା କରନ୍ତି ପିଲାଟିଏ ତାହା ଶିଖେ । ଯଦି ପିଲାଙ୍କ ସମ୍ମୁଖରେ ପରସ୍ପରର ଆଦର କରନ୍ତି ନାହିଁ ତେବେ ପିଲାଟିଏ ବଡ ହୋଇ ଆପଣଙ୍କ ସହ ସେହିଭଳି ବ୍ୟବହାର କରିବ ।
- ପିଲା ସମ୍ମୁଖରେ କଦାପି ଝଗଡ଼ା କରନ୍ତୁ ନାହିଁ:- ଅନେକ ସମୟରେ ବାପାମା’ ଛୋଟ ଛୋଟ କଥାକୁ ନେଇ ପିଲାଙ୍କ ସମ୍ମୁଖରେ ଝଗଡ଼ା କରନ୍ତି । ଏହି ସମୟରେ ପରସ୍ପରର ଦୁର୍ଗୁଣକୁ କହିବାକୁ ଚେଷ୍ଟା କରନ୍ତି । ହେଲେ ଏଭଳି କଲେ ପିଲା ସମ୍ମୁଖରେ ଆପଣ ତଳକୁ ଖସିଯିବେ । ଏଭଳି କଦାପି କରନ୍ତୁ ନାହିଁ ।




admin 