ପିପିଲି ଉପନିର୍ବାଚନ : ବିଜେପିର ଷ୍ଟାର ପ୍ରଚାରକ ତାଲିକା

ପିପିଲି ଉପନିର୍ବାଚନ : ବିଜେପିର ଷ୍ଟାର ପ୍ରଚାରକ ତାଲିକା

ପିପିଲି ଉପନିର୍ବାଚନ : ବିଜେପିର ଷ୍ଟାର ପ୍ରଚାରକ ତାଲିକା
ଭୁବନେଶ୍ୱର : ପିପିଲି ଉପନିର୍ବାଚନ ପାଇଁ ଏବେ ରାଜନୈତିକ ପାଣିପାଗ ସରଗରମ ହୋଇଛି । ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ଥିବାବେଳେ ପ୍ରମୁଖ ୩ ଦଳ ବିଜେପି, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥିପତ୍ର ଦାଖଲ ସରିଛି । ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପ୍ରଥମେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ଆଜି ୩ ଦଳ ମଧ୍ୟରୁ ବିଜେପି ବି ପ୍ରଥମେ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । ତେବେ ଏହି ତାଲିକାରେ କିଏ କିଏ ଅଛନ୍ତି ଆସନ୍ତୁ ଜାଣିବା: ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ପ୍ରଭାରୀ ଡି.ପୂରନେ୍ଦଶ୍ୱରୀ, ସହପ୍ରଭାରୀ ବିଜୟପାଲ ସିଂ ତୋମାର, ଜୁଏଲ ଓରାମ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ଉପନେତା ବିଷ୍ଣୁ ସେଠୀ, ବରିଷ୍ଠ ନେତା କେଭି ସିଂହଦେଓ, ବିଜୟ ମହାପାତ୍ର, ସମ୍ବିତ ପାତ୍ର, ସାଂସଦ ଅପରାଜିତା ଷଡ଼ଙ୍ଗୀ, ବସନ୍ତ ପଣ୍ଡା, ସୁରେଶ ପୂଜାରୀଙ୍କ ସମେତ ବରିଷ୍ଠ ନେତା ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ, ଲେଖାଶ୍ରୀ ଓ ପ୍ରକାଶ ମିଶ୍ର ପ୍ରମୁଖ ଉକ୍ତ ତାଲିକାରେ ସାମିଲ ଅଛନ୍ତି ।