ପିତୃ ଦିବସରେ ବୋହୂ ମାଡରେ ଚାଲିଗଲା ଶ୍ୱଶୁର ଜୀବନ
ପିତୃ ଦିବସରେ ବୋହୂ ମାଡରେ ଚାଲିଗଲା ଶ୍ୱଶୁର ଜୀବନ
ଭୁବନେଶ୍ୱର : ଆଜି ପିତୃ ଦିବସ । ବିଶ୍ୱର ଅନେକ ଦେଶରେ ପିତୃ ଦିବସ ପାଳନ କରାଯାଉଛି । ଏହିଭଳି ଏକ ପବିତ୍ର ଦିବସରେ ଏକ ନୃଶଂସ ଘଟଣା ସାମ୍ନାକୁ ଆସିଛି । ବୋହୂର ଠେଙ୍ଗା ମାଡରେ ଶ୍ୱଶୁରଙ୍କ ଜୀବନ ଚାଲିଯାଇଛି । ଏଭଳି ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି ଆସିକା ଅନ୍ତର୍ଗତ କିଶୋରଚନ୍ଦ୍ରପଲ୍ଲୀ ଗାଁ’ରେ ।
ସୂଚନା ଅନୁସାରେ ପାରିବାରିକ କଳହରୁ ବୋହୂ ଶ୍ୱଶୁରଙ୍କୁ ଠେଙ୍ଗାରେ ପିଟିଥିଲେ । ଠେଙ୍ଗା ମାଡକୁ ସହି ପାରିନଥିଲେ ଶ୍ୱଶୁର । ଫଳରେ ଘଟଣା ସ୍ଥଳରେ ଶ୍ୱଶୁରଙ୍କ ମୃତୁ୍ୟ ହୋଇଥିଲା । ବର୍ତ୍ତମାନ ଘଟଣା ସ୍ଥଳରେ ଆସିକା ଥାନା ପୋଲିସ୍ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି । ଏଭଳି ଘଟଣା ପାଇଁ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।




admin 