ପିଏମ-କିଷାନ ଯୋଜନା : ୪୨ ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଯାଇଛି ୩ ହଜାର କୋଟି ଟଙ୍କା

ପିଏମ-କିଷାନ ଯୋଜନା : ୪୨ ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଯାଇଛି ୩ ହଜାର କୋଟି ଟଙ୍କା

ପିଏମ-କିଷାନ ଯୋଜନା : ୪୨ ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଯାଇଛି ୩ ହଜାର କୋଟି ଟଙ୍କା

ନୂଆଦିଲ୍ଲୀ : ପିଏମ-କିଷାନ ଯୋଜନାରେ ଦେଶର ୪୨ ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଯାଇଛି ପାଖାପାଖି ୩ ହଜାର କୋଟି ଟଙ୍କା । କେନ୍ଦ୍ର ସରକାର ଏବେ ସେମାନଙ୍କ ଠାରୁ ଏହି ଟଙ୍କା ଅସୁଲ ପାଇଁ ପ୍ରଯତ୍ନ କରୁଛନ୍ତି । ଆସାମର ସର୍ବାଧିକ ଅଯୋଗ୍ୟ ହିତାଧକାରୀଙ୍କ ଖାତାରେ ଟଙ୍କା ଜମା ହୋଇଥିବା ବେଳେ ଏହା ପଛକୁ ରହିଛି ତାମିଲନାଡୁ, ପଞ୍ଜାବ, ମହାରାଷ୍ଟ୍ର, ଉତର ପ୍ରଦେଶ ଓ ଗୁଜରାଟ । କେନ୍ଦ୍ର ସରକାର ଏହି ଯୋଜନାରେ ପ୍ରତି ଯୋଗ୍ୟ ହିତାଧିକାରୀ କୃଷକଙ୍କୁ ତିନି ପର୍ଯ୍ୟାୟରେ ବାର୍ଷିକ ୬ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଥାଆନ୍ତି । ଏହା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାରେ ଜମା ହୋଇଥାଏ । ଲୋକସଭାରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଦେଇଥିବା ସୂଚନା ଅନୁସାରେ, ମୋଟ ୪୨ ଲକ୍ଷ ୧୬ ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ ୨ ହଜାର ୯୯୨ କୋଟି ଟଙ୍କା ମିଳିଛି । ଆସାମରେ ୮ ଲକ୍ଷ ୩୫ ହଜାର, ତାମିଲନାଡୁରେ ୭ ଲକ୍ଷ ୨୨ ହଜାର, ପଞ୍ଜାବରେ ୫ ଲକ୍ଷ ୬୨ ହଜାର, ମହାରାଷ୍ଟ୍ରର ୪ ଲକ୍ଷ ୪୫ ହଜାର, ଉତ୍ତରପ୍ରଦେଶରେ ୨ ଲକ୍ଷ ୬୫ ହଜାର ଓ ଗୁଜରାଟରେ ୨ ଲକ୍ଷ ୩୬ ହଜାର କୃଷକଙ୍କୁ ଏହି ଅର୍ଥ ମିଳିଛି  । ଯେଉଁମାନେ କି ଅଯୋଗ୍ୟ ହିତାଧିକାରୀ  ।