ପାରିବାରିକ କଳହର କରୁଣ ପରିଣତି ।

ପାରିବାରିକ କଳହର କରୁଣ ପରିଣତି ।

ପାରିବାରିକ କଳହର କରୁଣ ପରିଣତି ।
ଘରୋଇ କଳିକୁ ନେଇ ପରିବାରର ୩ଜଣ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ, ଜଣେ ମୃତ ୨ଜଣ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି କତରବଗା ଥାନା ଅଧୀନ ଲଏଡ଼ା ଗ୍ରାମରେ । ଜଣଙ୍କର ମୃତୁ୍ୟ ଘଟିଥିବାବେଳେ ଅନ୍ୟ ଦୁଇ ଜଣ ଅସୁସ୍ଥ ହୋଇ ଚିକିତ୍ସାଧୀନ ଅଛନ୍ତି । ମୃତକ ହେଉଛନ୍ତି ସୁବେର ମହାନ୍ଦିଆଙ୍କ ପତ୍ନୀ ୫୦ ବର୍ଷିୟ ବୈଦେହୀ । ସୂଚନା ଅନୁସାରେ, କୌଣସି କଥାକୁ କେନ୍ଦ୍ର କରି ସୁବେରଙ୍କ ପରିବାରେ ଦୁଇ ଦିନ ତଳେ ଭୀଷଣ ଝଗଡ଼ା ହୋଇଥିଲା। ଏବଂ ସେହି କଥାରୁ ଗତରାତିରେ ସୁବେର, ବୈଦେହୀ ଏବଂ ସେମାନଙ୍କ ବଡ଼ପୁଅ ସୁଶାନ୍ତ ଏକତ୍ର ବିଷ ପିଇ ଦେଇଥିଲେ। ଚିକିତ୍ସା ନିମନ୍ତେ ଏମାନଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ବୈଦେହୀଙ୍କର ମୃତ୍ୟୁ ହୋଇଯାଇଛି। ସୁବେର ଓ ସୁଶାନ୍ତ ଅତି ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।