ପାରାଦୀପରେ ପୁଣି ଥରେ କୂଳ ଲଙ୍ଘିଛି ସମୁଦ୍ର

ପାରାଦୀପରେ ପୁଣି ଥରେ କୂଳ ଲଙ୍ଘିଛି ସମୁଦ୍ର

ପାରାଦୀପରେ ପୁଣି ଥରେ କୂଳ ଲଙ୍ଘିଛି ସମୁଦ୍ର

 ପାରାଦୀପ: ପ୍ରାୟ ବର୍ଷକର ବ୍ୟବଧାନ ପରେ ପାରାଦୀପରେ ବୁଧବାର ପୁଣି ଥରେ ସମୁଦ୍ର କୂଳ ଲଙ୍ଘିଛି । ନେହରୁବଙ୍ଗଳାସ୍ଥିତ ମହାନଦୀ ମୁହାଣଠାରେ ସମୁଦ୍ର କୂଳ ଲଙ୍ଘି ୧୦ ମିଟରରୁ ଅଧିକ ବାଟ ମାଡ଼ି ଆସିଛି । ଫଳରେ ଓଡ଼ିଶାର ଜୀବନରେଖା ମହାନଦୀ ଓ ବଙ୍ଗୋପସାଗରର ମିଳନସ୍ଥଳ ମୁହାଣ ସମୁଦ୍ରରେ ଲୀନ ହୋଇଯାଇଛି ।

ଗତବର୍ଷ ସେହି ସ୍ଥାନରେ ସମୁଦ୍ର ପ୍ରାୟ ୫୦ ମିଟର ଉପରକୁ ଉଠି ଆସିଥିଲା । ଯେଉଁ ଅଂଶ ବାକି ଥିଲା ତାହା ଗତକାଲି ସମୁଦ୍ରରେ ଲୀନ ହୋଇଯାଇଛି । ଏଣୁ ପାରାଦୀପକୁ ଆସୁଥିବା ପର୍ୟ୍ୟଟକମାନେ ମହାନଦୀ ଓ ସମୁଦ୍ରର ମିଳନସ୍ଥଳକୁ ଅତି ନିକଟରୁ ଆଉ ଦେଖିବାର ସୁଯୋଗ ପାଇବେନି ବୋଲି ଆଶଙ୍କା ପ୍ରକାଶ ପାଇଛି ।