ପାରା ଅଲମ୍ପିକ୍ସରେ ଓଡିଆ ପୁଅ ପ୍ରମୋଦଙ୍କୁ ସ୍ୱର୍ଣ୍ଣ

ପାରା ଅଲମ୍ପିକ୍ସରେ ଓଡିଆ ପୁଅ ପ୍ରମୋଦଙ୍କୁ ସ୍ୱର୍ଣ୍ଣ

ପାରା ଅଲମ୍ପିକ୍ସରେ ଓଡିଆ ପୁଅ ପ୍ରମୋଦଙ୍କୁ ସ୍ୱର୍ଣ୍ଣ

ଭୁବନେଶ୍ୱର : ପାରା ଅଲମ୍ପିକ୍ସରେ ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି ପ୍ରମୋଦ ଭଗତ  । ପ୍ରମୋଦ ଫାଇନାଲରେ ବାଜିମାତ କରି ସ୍ୱର୍ଣ୍ଣପଦକ ଜିଣିଛନ୍ତି  । ବ୍ୟାଡ଼ମିଂଟନ ଫାଇନାଲରେ ସେ ଚମକôାର ପ୍ରଦର୍ଶନ କରିଥିଲେ  । ନିଜର ବ୍ରିଟେନ ପ୍ରତିଯୋଗୀଙ୍କ ବିପକ୍ଷରେ ସେ ଲଢ଼ୁଆ ପ୍ରଦର୍ଶନ କରି ପ୍ରଥମ ସେଟରେ ବାଜିମାତ କରିଥିଲେ  । ତେବେ ଦ୍ୱିତୀୟ ସେଟରେ ସେ ପ୍ରଥମେ ପଛୁଆ ରହିଥିଲେ  । କିନ୍ତୁ ପରେ ଚମକôାର ପ୍ରଦର୍ଶନ କରି ସେ ଓଡ଼ିଶା ପାଇଁ ଗୌରବ ଆଣିଦେଇଛନ୍ତି  ।

ପ୍ରମୋଦଙ୍କ ଉପରେ ସମସ୍ତଙ୍କ ଆଶା ଥିଲା  । ସମସ୍ତେ ଅପେକ୍ଷା କରିଥିଲେ ପ୍ରମୋଦ ନିଶ୍ଚିତ ଭାବେ ସ୍ୱର୍ଣ୍ଣ ଜିତିବେ  । ଫାଇନାଲକୁ ଯିବା ପରେ ରୌପ୍ୟ ପଦକ ନିଶ୍ଚିତ ହୋଇଥିବାବେଳେ ଆଜିର ଉକôଣ୍ଠାପୂର୍ଣ୍ଣ ମ୍ୟାଚକୁ ସମସ୍ତେ ଟିଭି ପରଦାରେ ଦେଖିଥିଲେ  । ତାଙ୍କର ସମର୍ଥକ ଓ ଶୁଭେଚ୍ଛୁମାନେ ଭାରତୀୟ ଜାତୀୟ ପତାକା ଧରି ଉତ୍ସାହର ସହ ଐତିହାସିକ ମୁହୂର୍ତକୁ ଅପେକ୍ଷା କରି ରହିଥିଲେ  ।