ପାକିସ୍ତାନରୁ ଓଡ଼ିଶା ଭାୟା ୟୁପି

ପାକିସ୍ତାନରୁ ଓଡ଼ିଶା ଭାୟା ୟୁପି

ପାକିସ୍ତାନରୁ ଓଡ଼ିଶା ଭାୟା ୟୁପି


ଭୁବନେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ଗୁପ୍ତଚର କାମ କରୁଥିବା ଅଭିଯୋଗରେ ୫ଜଣ ଗିରଫ ହେବା ପରେ ଚାଞ୍ଚଲ୍ୟକର ତଥ୍ୟ କ୍ରାଇବ୍ରାଞ୍ଚ ହାତରେ ଲାଗିଛି । ଏବେ ସୂଚନା ମିଳୁଛି, ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ଗୁପ୍ତଚର କାମ କରିବା ପାଇଁ ପାକିସ୍ତାନରୁ ଆସୁଥିଲା ଟଙ୍କା । ଏହି ଟଙ୍କା ଏଜେଣ୍ଟ ମାଧ୍ୟମରେ ଉତ୍ତରପ୍ରଦେଶ ଦେଇ ଓଡ଼ିଶା ଆସୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଅନ୍ୟପକ୍ଷରେ ଏହି ଘଟଣାରେ ଭାରତୀୟ ବାୟୁସେନା ମଧ୍ୟ ତଦନ୍ତ ଆରମ୍ଭ କରିଛି । ବାୟୁସେନାର ଏକ ଟିମ୍ କଟକ ଆସି ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା ଚଳାଇଛି । 

 ପାକିସ୍ତାନୀ ଏଜେଣ୍ଟଙ୍କ ସହ ଏମାନେ କିଭଳି ସଂପର୍କ ସ୍ଥାପନ କଲେ ସେନେଇ ଅଧିକ ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ।  ୟୁପିରେ ଥିବା ପାକିସ୍ତାନ ଏଜେଣ୍ଟଙ୍କ ପାଖକୁ ଟଙ୍କା ଆସୁଥିଲା ଓ ଏହି ଜରିଆରେ ଚାନ୍ଦିପୁର ଗୁପ୍ତଚରଙ୍କ ପାଖକୁ ଟଙ୍କା ଆସୁଥିଲା । ଯାହା ବାଲେଶ୍ୱର ଚାନ୍ଦିପୁରରେ ରହି ପାକିସ୍ତାନ ପାଇଁ କାମ କରୁଥିବା ଏହି ଦେଶଦ୍ରୋହୀଙ୍କ ପାଖରେ ପହଞ୍ଚି ଯାଉଥିଲା  । ସେହିପରି ବାଲେଶ୍ୱରରେ ଥିବା କିଛି ବାଂଲାଦେଶୀ ଶରଣାର୍ଥୀ ପାକିସ୍ତାନର ସ୍ଲିପର ସେଲ ଭଳି କାମ କରୁଥିଲେ ବୋଲି କ୍ରାଇମବ୍ରାଂଚ ସନେ୍ଦହ କରୁଛି  । ଏମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପାକିସ୍ତାନରୁ ଟଙ୍କା ଆସୁଥିବା କୁହାଯାଉଛି । ଯାହା ଚାନ୍ଦିପୁର ଗୁପ୍ତଚରଙ୍କ ପାଖକୁ ଯାଇଛି ।

 ତେବେ ନିର୍ଦ୍ଧିଷ୍ଟ କେତେ ଜଣଙ୍କ ଆକାଉଣ୍ଟକୁ ପାକିସ୍ତାନରୁ ଟଙ୍କା ଆସିଛି ସେନେଇ ବ୍ୟାଙ୍କ କର୍ତ୍ତୁପକ୍ଷଙ୍କୁ ତଥ୍ୟ ମଗାଯାଇଛି  ।

ତେବେ ଭାରତୀୟ ପ୍ରତିରକ୍ଷା ବିଭାଗର ବ୍ରହ୍ମାସ୍ତ୍ର କୁହାଯାଉଥିବା ବ୍ରହୋସ୍ମ ଏବଂ ଅନ୍ୟ କ୍ଷେପଣାସ୍ତ୍ରର ଗୋପନୀୟ ତଥ୍ୟ ପାକିସ୍ତାନ ହାତରେ ଲାଗିଥିବା କୁହାଯାଉଛି  । ସେହି ଆଶଙ୍କାରେ ଚାନ୍ଦିପୁର ଗୁପ୍ତଚରଙ୍କୁ ଜେରା କରିବା ପାଇଁ କଟକ କ୍ରାଇମବ୍ରାଂଚ କାର୍ୟ୍ୟାଳୟରେ ଭାରତୀୟ ବାୟୁସେନାର ଏକ ୩ ଜଣିଆ ଟିମ୍ ପହଂଚିଛି ।