ପାକିସ୍ତାନ ଝିଅ ବଲାଙ୍ଗିର ବୋହୁ ..
ପାକିସ୍ତାନ ଝିଅ ବଲାଙ୍ଗିର ବୋହୁ ..
admin
Dec 17, 2019 - 02:14
Updated: Dec 17, 2019 - 02:14
ବଲାଙ୍ଗିର - ଆଶ୍ଚର୍ଯ୍ୟ ହେଉଛନ୍ତି କି ନା ନା ଏହା କୈାଣସି ଯାତ୍ରା ଡାଇଲଗ ନୁହେଁ, ବାସ୍ତବ କଥା । ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲାରେ । ସାରଦା ସିତୁୱାନୀ ଦିନେ ଥିଲେ ପାକିସ୍ତାନୀ ଝିଅ ହେଲେ ବଲାଙ୍ଗିର ବୋହୁ । ବଲାଙ୍ଗିର ଠିକାଦାର ପଡ଼ାର ମହେଶ କୁମାର କୁଜ୍ରେକାଙ୍କୁ ବିବାହ କରିଥିଲେ । ସ୍ୱାମୀ, ପୁଅ, ଝିଅ ସମସ୍ତେ ହିନ୍ଦୁସ୍ତାନୀ। ଏକା ସେ ପାକିସ୍ତାନୀ। ହାତରେ ୧୯୮୬ ମସିହାର ପାକିସ୍ତାନୀ ପାସ୍ପୋର୍ଟ। ପାକିସ୍ତାନୀରୁ କେମିତି ହେଲେ ଭାରତୀୟ ବୋହୁ ଏହା ପଛରେ ରହିଥିବା ଧର୍ମୀୟ ନିର୍ୟାତନାର ଲୋମଟାଙ୍କୁରା କାହାଣୀ ବଖାଣିଛନ୍ତି ସାରଦା।
ହିନ୍ଦୁ ହୋଇଥିବାରୁ ପାକିସ୍ତାନରେ ସାରଦାଙ୍କ ପରିବାରକୁ ଦିଆଯାଉଥିଲା ଅକଥନୀୟ ନିର୍ୟାତନା । ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରାଯାଉଥିଲା, ବାପାଙ୍କୁ ଅପହରଣ ଉଦ୍ୟମ ହୋଇଥିଲା। ଘରର ଭେଣ୍ଡିଆ ପୁଅକୁ ଉଠାଇ ନେଇ ଜବରଦସ୍ତ ମୁସଲମାନ କରୁଥିଲେ । ଝିଅଙ୍କୁ ବି ମୁସଲମାନ କରି ସେହି ସଂପ୍ରଦାୟର ଲୋକଙ୍କ ସହିତ ବିବାହ କରାଉଥିଲେ। ଖୋଲାରେ ନିଶ୍ୱାସ ପ୍ରଶ୍ୱାସ ବି ନେବା ମୁସ୍କିଲ ହୋଇ ପଡୁଥିଲ॥ ଫଳରେ ଯେତେବେଳେ ତାଙ୍କୁ ୧୮ ବର୍ଷ ସେତେବେଳେ ବାଧ୍ୟ ହୋଇ ସାରଦାଙ୍କ ବାପା ପୂରା ପରିବାର ସହ ପାକିସ୍ତାନ ଛାଡ଼ି କୋରାପୁଟ ଚାଲି ଆସିଥିଲେ। ଘର, ଜମିବାଡ଼ି, ସଂପର୍କଟ୍ଟସବୁକୁ ଛାଡ଼ି ଏବେ ଏଇଠି ସବୁ କିଛି।
ଉଭୟ ମହେଶ ଓ ସାରଦା ସିନ୍ଧି ସଂପ୍ରଦାୟର। ତେଣୁ ଘର ଲୋକଙ୍କ ମର୍ଜିରେ ଆଜକୁ ୨୯ ବର୍ଷ ତଳେ ଉଭୟଙ୍କର ବାହାଘର ହୋଇଥିଲା । ହେଲେ ବାହାଘର ପୂର୍ବରୁ କିନ୍ତୁ ମହେଶଙ୍କ ପରିବାର ଜାଣି ନଥିଲେ ସାରଦା ପାକିସ୍ତାନୀ ବୋଲି। ବାହାଘର ପରେ ସିତୁଓ୍ୱାନୀ ପରିବାର ପକ୍ଷରୁ ସାରଦାଙ୍କ କାଗଜପତ୍ର ହସ୍ତାନ୍ତର ସମୟରେ ପତ୍ନୀ ପାକିସ୍ତାନୀ ଜାଣି କିଛି ସମୟ ପାଇଁ ଅବାକ୍ ହୋଇଯାଇଥିଲେ ମହେଶ । ତା’ ପରଠୁ କିନ୍ତୁ ସବୁ ଠିକ୍ ଠାକ୍ ହୋଇଯାଇ ଥିଲା । ହେଲେ ସ୍ୱାମୀ ହିନ୍ଦୁସ୍ତାନୀ-ସ୍ତ୍ରୀ ପାକିସ୍ତାନୀ । ୨୯ ବର୍ଷ ଭିତରେ ଭାରତୀୟ ନାଗରିକତା ପାଇବାକୁ ସାରଦା ଅନେକ ଉଦ୍ୟମ କରିଛନ୍ତି। କିନ୍ତୁ ସମ୍ଭବ ହୋଇନି । ହେଲେ ଏବେ ସଂଶୋଧିତ ନାଗରିକତା ଆଇନ୍ ଆସିଯାଇଥିବାରୁ ସାରଦାଙ୍କୁ ଭାରତୀୟ ନାଗରିକତା ମିଳିଯିବା ଆଶାରେ ପୂରା ଖୁସି ଅଛନ୍ତି ପରିବାର।