ପରିବାର ସଦସ୍ୟଙ୍କ ମୃତ୍ୟୁରେ କଟାଯାଏ ମହିଳାଙ୍କ ଆଙ୍ଗୁଳି
ପରିବାର ସଦସ୍ୟଙ୍କ ମୃତ୍ୟୁରେ କଟାଯାଏ ମହିଳାଙ୍କ ଆଙ୍ଗୁଳି
ବିଶ୍ୱର ଅନେକ ଜନଜାତି ଓ ସେମାନଙ୍କର ଅନେକ ପରମ୍ପରା ଦେଖିବାକୁ ମିଳେ । ତନ୍ମଧ୍ୟରେ କିଛି ପରମ୍ପରା ଅତ୍ୟନ୍ତ କ୍ରୂର ହୋଇଥାଏ । ଏଭଳି ଏକ ଜନଜାତି ପ୍ରଥା ଏବେ ଚର୍ଚ୍ଚାରେ ବିଷୟ ହୋଇଛି । ଇଣ୍ଡୋନେସିଆର ଜନଜାତି ‘ଡ଼ାନି’ ଆଜି ମଧ୍ୟ ଏହି ଭଳି ପରମ୍ପରାକୁ ଜାବୁଡ଼ି ଧରିଛନ୍ତି । ଯାହା ବିଷୟରେ ଶୁଣିଲେ ଲୋମ ଟାଙ୍କୁରି ଉଠେ । ଏହି ଜନଜାତିରେ ପରିବାରର କୌଣସି ସଦସ୍ୟଙ୍କର ମୃତ୍ୟୁ ହେଲେ ଘରର ମହିଳାଙ୍କ ଆଙ୍ଗୁଳି କାଟିବାକୁ ପଡେ଼ । ଏହି ପ୍ରଥାକୁ ଇକିପାଲିନ କୁହାଯାଏ ।
ଦୀର୍ଘ ବର୍ଷ ତଳେ ସରକାର ଏହି ପ୍ରଥାକୁ ନିଷିଦ୍ଧ ବୋଲି ଘୋଷଣା କରିଥିଲେ । କିନ୍ତୁ ଏବେ ବି ସ୍ଥାନୀୟ ମହିଳାଙ୍କ ହାତ ଏହାର ପ୍ରମାଣ ଦିଏ । ଇଣ୍ଡୋନେସିଆର ଜୟା ବିଜୟା ପ୍ରାନ୍ତରେ ଡ଼ାନି ଜନଜାତି ବସବାସ କରନ୍ତି । ଏଠାରେ ମହିଳାଙ୍କୁ ନେଇ ନିଷ୍ଠୁର ପରମ୍ପରା ଆଜି ବି ପାଳିତ ହେଉଛି । ପରିବାରର ସଦସ୍ୟଙ୍କ ମୃତ୍ୟୁରେ ଆଙ୍ଗୁଳି କାଟିବା ପଛରେ ଏକ ରହସ୍ୟ ମୟ ପରମ୍ପରା ରହିଛି । ପୂର୍ବ ପୁରୁଷଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରିବାକୁ ଏପରି କରାଯିବା ଉଚିତ ବୋଲି ବିଶ୍ୱାସ ରହିଛି । ମହିଳାଙ୍କ ଆଙ୍ଗୁଳିକୁ କୁରାଢ଼ିରେ କଟାଯାଏ । ପରିବାର ସଦସ୍ୟଙ୍କ ମୃତ୍ୟୁର ଯନ୍ତ୍ରଣା ଠାରୁ ଏହାର ଯନ୍ତ୍ରଣାକୁ କମ୍ ବୋଲି ବିବେଚନା କରାଯାଏ । ଏହି ପ୍ରଥାରେ ମହିଳାଙ୍କ ଆଙ୍ଗୁଳିକୁ ପ୍ରଥମେ ରଶିରେ ବନ୍ଧାଯାଏ ଯାହା ଦ୍ୱାରା ରକ୍ତ ସଞ୍ଚାଳନ ନହୋଇପାରିବ । ତାପରେ କୁରାଢ଼ିରେ କାଟି ଦିଆଯାଏ । ତାପରେ ଆଙ୍ଗୁଳିକୁ ଜାଳି ଦିଆଯାଏ ।




admin 