ପ୍ରତିଯୋଗିତାରେ ରହିଥିଲା ବିଭିନ୍ନ ପ୍ରକାର ଚ୍ୟାଲେଞ୍ଜ
ଅକ୍ଟୋବର 5 ରୁ 11 ତାରିଖ ପର୍ଯ୍ୟନ୍ତ ଗଲଗୋଟିଆସ୍ ବିଶ୍ବବିଦ୍ୟାଳୟ ଗ୍ରେଟର ନୋଇଡାରେ ଆୟୋଜିତ ହୋଇଥିବା ଫର୍ମୁଲା ଇମ୍ପେରିଆଲ୍ 2024 ର ତୃତୀୟ ସ୍ଥାନ ଅଧିକାର କଲା ବୁର୍ଲା ଭିସୁଟର ଟିମ୍ ଭିର୍ ରେସର୍ସ ଇଲେକ୍ଟ୍ରିକ l ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ରାଜ୍ୟରୁ 30 ଟି ଟିମ୍ ଭାଗ ନେଇଥିଲେ l ତେବେ ଏଥିରେ ଓଡିଶାର ଏକମାତ୍ର ଟିମ୍ ଭାବରେ ବୁର୍ଲା ଭିସୁଟ ଭିର୍ ରେସର୍ସ ଇଲେକ୍ଟ୍ରିକ୍ ଟିମ୍ ଭାଗ ନେଇ ସଫଳତା ପାଇଛନ୍ତି l ଟିମ୍ ଭିର୍ ରେସର୍ସ ଇଲେକ୍ଟ୍ରିକ୍ ଗର୍ବର ସହିତ ଫର୍ମୁଲା ଇମ୍ପେରିଆଲ୍ 2024 ରେ ବୈଦ୍ୟୁତିକ ଯାନ ଶ୍ରେଣୀରେ ତୃତୀୟ ସ୍ଥାନ ହାସଲ କରିଛି l ଏହି ପ୍ରତିଯୋଗିତାରେ ବିଭିନ୍ନ ପ୍ରକାର ଚ୍ୟାଲେଞ୍ଜ ଗୁଡିକ ରହିଥିଲା l ଯାହା ମଧ୍ୟରେ ଟେକନିକାଲ୍ ଇନ୍ସପେକ୍ସନ୍, ବ୍ରେକିଂ ଟେଷ୍ଟ୍, ଆକ୍ସଲେରେସନ୍ ରନ୍, ଏଣ୍ଡ୍ଯୁରାନ୍ସ ଟ୍ରାଇଲ୍ ଆଦି ସାମିଲ ଥିଲା l ପ୍ରତ୍ୟେକ ପର୍ଯ୍ୟାୟରେ ଯାନଗୁଡିକର ବାସ୍ତବିକ ପ୍ରଦର୍ଶନ ଏବଂ ଦଳର ସ୍ଥିର ଓ ଉଚ୍ଚ କ୍ଷମତାସମ୍ପନ୍ନ ସମାଧାନ ଦେବାକୁ ସମର୍ଥ ଥିବା ଦକ୍ଷତା ପରୀକ୍ଷା କରାଗଲା l ଏଥିରେ ଟିମ୍ ଭିର୍ ରେସର୍ସ ଇଲେକ୍ଟ୍ରିକ୍ ତାଙ୍କର ଯାନର ପ୍ରଦର୍ଶନ ଏବଂ ସୁସ୍ଥାୟୀ ଯାନଚାଳନର ପ୍ରତିବଦ୍ଧତାକୁ ଦର୍ଶାଇଥିଲେ l ଏକ ଉଚ୍ଚ ପ୍ରତିଯୋଗୀତାପୂର୍ଣ୍ଣ ପରିବେଶରେ ଅନ୍ୟମାନଙ୍କ ମଧ୍ୟରେ ଟିମ ଭିର ରେଶର୍ସ ସଫଳତା ପାଇଥିଲେ l ଏହି ସଫଳତା କେବଳ ଟିମର ବୈଷୟିକ ଦକ୍ଷତାକୁ ଉଦ୍ଭାସିତ କରିନାହିଁ l ବରଂ ଭବିଷ୍ୟତର ବୈଦ୍ୟୁତିକ ଯାନ ଦୃଷ୍ଟିକୋଣକୁ ମଧ୍ୟ ପ୍ରକାଶ କରିଛି l ଏହି ସଫଳତାର ଶୀର୍ଷକ ସହିତ ଟିମ୍ ଭିର୍ ରେସର୍ସ ଇଲେକ୍ଟ୍ରିକ୍ ବୈଦ୍ୟୁତିକ ଯାନର ନୂତନ ଯୁଗରେ ବଡ ଚ୍ୟାଲେଞ୍ଜ ଗୁଡିକୁ ସାମନା କରିବାକୁ ପ୍ରସ୍ତୁତ ଥିବା ନେଇ ସୁଚନା ରହିଛିଲ l




