୬ ଦିନରେ ପୁନଃସ୍ଥାପିତ ହେବ ଖାନ ନଗର ପାର୍କ

ଭଜନ ସମ୍ରାଟ ଙ୍କୁ ମିଳିବ ଉଚିତ ସମ୍ମାନ । ଭିକାରୀ ବଳଙ୍କ ପ୍ରତିମୂର୍ତ୍ତି ୬ ଦିନ ମଧ୍ୟରେ ଖାନ ନଗର ପାର୍କ ରେ ପୁନଃସ୍ଥାପିତ ହେବ । ବିକାଶ ଭବନ ରେ ଦୀର୍ଘ ଦେଢ଼ ବର୍ଷ ଧରି ଜରାଜୀର୍ଣ୍ଣ ଅବସ୍ଥା ରେ ପଡି ରହିଥିଲା ଭିକାରୀ ବଳ ଙ୍କ ପ୍ରତିମୂର୍ତ୍ତି । କିନ୍ତୁ ବିଭିନ୍ନ ଦିଗରୁ ସ୍ୱର ଉତ୍ତୋଳନ ପରେ ଏହି ବିବାଦ ଉପରେ ପଡିଛି ପୂର୍ଣଛେଦ। ଆସନ୍ତା ନଭେମ୍ବର 2 ତାରିଖ ରେ ଭିକାରୀ ବଳ ଙ୍କ ତିରୋଧନ ଜୟନ୍ତୀ ରେ ଏହି ପ୍ରତିମୂର୍ତ୍ତି ଲୋକାର୍ପିତ ହେବ। ଏନେଇ ସ୍ପଷ୍ଟ କରିଛନ୍ତି ସିଏମସି ମେୟର ସୁବାସ ସିଂ । ଆଜି ସିଏମସି ର ଏକ ପ୍ରତିନିଧି ମଣ୍ଡଳୀ ପୂର୍ବରୁ ଯେଉଁଟି ପ୍ରତିମୂର୍ତ୍ତି ରହିଥିଲା ସେହି ସ୍ଥାନର ସ୍ଥିତି ସମୀକ୍ଷା କରିଥିଲେ ।ଭଜନ ସମ୍ରାଟ ଭିକାରୀ ବଳଙ୍କ ପ୍ରତିମୂର୍ତ୍ତି ପୂର୍ବରୁ ଖାନନଗର ପାର୍କ ରେ ଅବସ୍ଥାପିତ ହୋଇଥିଲା । ନେତାଜୀ ବସ୍ ଟର୍ମିନାଲ ର ନିର୍ମାଣ ହେବା ଏବଂ ସମ୍ମୁଖ ରାସ୍ତା ୬ ଲେନ ସମ୍ପ୍ରସାରଣ କାର୍ଯ ହେବା ଦ୍ବାରା ସଂପୃକ୍ତ ପାର୍କ ଉଛେଦ ଓ ଭଜନ ସମ୍ରାଟ ଭିକାରୀ ବଳଙ୍କ ପ୍ରତିମୂର୍ତ୍ତି କୁ ସୁରକ୍ଷିତ ସ୍ଥାନ ରେ ରଖାଯାଇଥିଲା । ରାସ୍ତାକାମ ଚାଲିଥିବା ରୁ ଦିର୍ଘ ଦିନ ଧରି ଏହି ପ୍ରତିମୂର୍ତ୍ତି ପୁନଃ ସ୍ଥାପିତ ହୋଇ ପାରିନଥିଲା । ଆଜି ସ୍ଥାପନ ଜାଗା ଚିହ୍ନଟ ହେବା ପରେ ଆସନ୍ତାକାଲି ଠୁ କାମ ଆରମ୍ଭ ହେବ। ଏହାଛଡା ଚଳିତ ମାସ ରେ କଟକ ମହାନଗର ନିଗମ ପକ୍ଷରୁ ୮୯ ଲକ୍ଷ ଟଙ୍କାର ଏକ ଟେଣ୍ଡର ପକ୍ରିୟା କରାଯାଇ ପାର୍କଟିକୁ ପୁନଃ ବ୍ୟବସ୍ତିତ ଓ ସମ୍ପ୍ରସାରଣ ହେବାର ଯୋଜନା କରାଯାଇଅଛି । ଯେଉଁଥିପାଇଁ ଭଜନ ସମ୍ରାଟ ଙ୍କ ପ୍ରତିମୂର୍ତ୍ତି ପୁନଃ ସ୍ଥାପିତ ହେବାରେ ବିଳମ୍ବ ହୋଇଆସୁଥିଲା । କିନ୍ତୁ ନୂଆ ପାର୍କ ନିର୍ମାଣ ସହ ଭଜନ ସମ୍ରାଟ ଙ୍କ ପ୍ରତିମୂର୍ତ୍ତି ମଧ୍ୟ ଲୋକାର୍ପିତ କରାଯିବ । ନଭେମ୍ବର ୨ତାରିଖ ଭିକାରୀ ବଳଙ୍କ ପୁଣ୍ୟତିଥି ରେ ଅତିଥି ମାନେ ମାଲ୍ୟାର୍ପଣ କରିବା ର ସୁଯୋଗ ପାଇପାରିବେ ବୋଲି କହିଛନ୍ତି ଭିକାରୀ ବଳ ସ୍ମୃତି କମିଟି ସମ୍ପାଦକ ସୁନାକର ରାଉତ ।