ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକ

ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକ

ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକ
ଭୁବନେଶ୍ୱର:ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକ ଘଟିଛି । ବ୍ରେନ ଷ୍ଟ୍ରୋକ ଯୋଗୁଁ ବିୟୋଗ ନେଇ ପରିବାର ପକ୍ଷରୁ ସୂଚନା ମିଳିଛି । ସେ କଟକ ଏସସିବିରେ ଚିକିତ୍ସାଧୀନ ଥିଲେ । ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିଲେ । ଏସସିବି କୋଭିଡ ହସ୍ପିଟାଲରେ ପରଲୋକ ଘଟିଛି । ଆଜି ଅପରାହ୍ନ ୪ଟା ୨୫ ମିନିଟରେ ଦେହାନ୍ତ ଘଟିଥିବା ସୂଚନା ମିଳିଛି । କରୋନାରେ ଆକ୍ରାନ୍ତ ହୋଇ ୨୦ ଦିନ ହେଲା ହସ୍ପିଟାଲରେ ଥିଲେ । ଆଜି ତାଙ୍କର ବିୟୋଗରେ ସାରା ଓଡ଼ିଶାରେ ଦୁଃଖର ଲହରୀ ଖେଳିଯାଇଛି । ପ୍ରକାଶ ରାଓ ଜଣେ ଅତି ଅମାୟିକ ବ୍ୟକ୍ତି ଭାବେ ପରିଚିତ ଥିଲେ। ଆଜୀବନ ସମାଜ ସେବା ହିଁ ତାଙ୍କ ବ୍ରତ ଥିଲା। ୨ ଶହରୁ ଅଧିକ ଥର ରକ୍ତଦାନ କରିଥିଲେ ଡି. ପ୍ରକାଶ ରାଓ ରକ୍ତଦାତା ମହାସଂଘର ମୁଖ୍ୟ ଉପଦେଷ୍ଟ ମଧ୍ୟ ରହିଥିଲେ। କଟକ ବକ୍ସିବଜାରରେ ଚା ଦୋକାନ କରିବା ସହ ବସ୍ତିବାସିନ୍ଦାଙ୍କ ପିଲାଙ୍କୁ ପାଠ ପଢ଼ାଉଥିଲେ ଡି. ପ୍ରକାଶ ରାଓ । ଏହାପରେ ନିଜ ଉଦ୍ୟମରେ ବସ୍ତି ପିଲାଙ୍କ ପାଇଁ ସ୍କୁଲଟିଏ କରିବା ସହ ନିଜ ରୋଜଗାର ଟଙ୍କା ଖର୍ଚ୍ଚ କରି ପିଲାଙ୍କ ଯତ୍ନ ଓ ପଢ଼ା ଖର୍ଚ୍ଚ ବହନ କରୁଥିଲେ। ତାଙ୍କ ସେବା ପାଇଁ ପ୍ରକାଶଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଓଡ଼ିଶା ଗସ୍ତବେଳେ ତାଙ୍କୁ ଭେଟି ତାଙ୍କ ସହିତ ଅଧଘଣ୍ଟା କାଳ ଆଲୋଚନା କରିଥିଲେ। ଡି. ପ୍ରକାଶ ରାଓ ମୃତୁ୍ୟରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ସଭାପତି ସମୀର ମହାନ୍ତିଙ୍କ ସମେତ ବହୁ ପ୍ରମୁଖ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି ।