ପଦ୍ମପୁର ଉପନିର୍ବାଚନ: ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିବେ କେନ୍ଦ୍ର ରେଳ ଓ କୃଷିମନ୍ତ୍ରୀ

ପଦ୍ମପୁର ଉପନିର୍ବାଚନ: ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିବେ କେନ୍ଦ୍ର ରେଳ ଓ କୃଷିମନ୍ତ୍ରୀ

ପଦ୍ମପୁର ଉପନିର୍ବାଚନ: ପ୍ରଦୀପ ପୁରୋହିତଙ୍କ ପାଇଁ  ପ୍ରଚାର କରିବେ କେନ୍ଦ୍ର ରେଳ ଓ କୃଷିମନ୍ତ୍ରୀ

ପଦ୍ମପୁର : ପଦ୍ମପୁର ଉପନିର୍ବାଚନରେ ବିଜେପି ପାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିବାକୁ ନଭେମ୍ବର ୨୭ରେ କେନ୍ଦ୍ରୀୟ ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଓ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆସୁଛନ୍ତି । ନଭେମ୍ବର ୨୭ତାରିଖ ସକାଳ ୧୧ଟାରେ ସେମାନଙ୍କର ନିର୍ବାଚନ ସଭା କରିବେ ବୋଲି ଆଜି ସୂଚନା ଦେଇଛନ୍ତି ବିଜେପିର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ସେହିଭଳି ନଭେମ୍ବର ୨୬ତାରିଖରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ଝାରବନ୍ଧ ବ୍ଲକରେ ନିର୍ବାଚନୀ ସଭାରେ ଯୋଗ ଦେବା ପାଇଁ ଆସୁଛନ୍ତି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର । ବୈଜୟନ୍ତ ପଣ୍ଡା ଓ ସମ୍ବିତ ପାତ ଆସନ୍ତାକାଲି ଝାରବନ୍ଧ ବ୍ଲକର ବିଳାସପୁର ପଞ୍ଚାୟତରେ ସକାଳ ୧୧ଟାରେ ନିର୍ବାଚନୀ ସଭା କରିବେ । ଏହାପରେ ସମ୍ବିତପାତ୍ର କୁମୀର ଓ ଜଗଦଳପୁରରେ ଆଉ ଦୁଇଟି ନିର୍ବାଚନୀ ସଭାରେ ଉଦବୋଧନ ଦେବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ପଦ୍ମପୁର ଉପନିର୍ବାଚନରେ ବିଜେପି ସପକ୍ଷରେ ଭୋଟରଙ୍କ ମନ ଢଳୁଛି । ପଦ୍ମପୁର ଉପନିର୍ବାଚନରେ ପଦ୍ମପୁରର ଲୋକମାନଙ୍କ ପ୍ରତି ଶାସକ ବିଜୁ ଜନତା ଦଳ କରିଥିବା କ୍ରମାଗତ ଅବହେଳା ବିରୋଧରେ ଲୋକମାନେ ସ୍ୱର ଉଠାଇଲେଣି । କେନ୍ଦ୍ରରେ ବିଜେପି ସରକାର ପଦ୍ମପୁରର ଅନେକ ମୌଳିକର ସମାଧାନ କରିବା ପାଇଁ ଚେଷ୍ଟା କରିଛି । ରାଜ୍ୟ ସରକାରଙ୍କର ଅପାରଗତା ଓ ବୀମା କମ୍ପାନୀମାନଙ୍କ ସହିତ ମଧୁଚନ୍ଦ୍ରିକା କାରଣରୁ ଫସଲ ବୀମା ଯୋଜନାରେ ଚାଷୀମାନେ ସେମାନଙ୍କର ନ୍ୟାର୍ୟ୍ୟ ହକରୁ ବଞ୍ଚିତ ହେଉଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ହସ୍ତକ୍ଷେପ ଏହାର ସମାଧାନ ହେଲା, ଚାଷୀମାନଙ୍କୁ ବୀମା ଅର୍ଥ ମିଳିଲା । ସେହିଭଳି ପଦ୍ମପୁରରେ ରେଳ ଚାଲିବା ପାଇଁ ଥିବା ବହୁତ ଦିନର ଦାବିକୁ କେନ୍ଦ୍ର ସରକାର ୨୦୨୧ରେ ଅନୁମୋଦନ ଦେଇସାରିଥିବାବେଳେ ରାଜ୍ୟ ସରକାର ଜମି ଯୋଗାଇ ନ ଦେବା ପାଇଁ ପ୍ରକଳ୍ପ କାମ ଆଗେଇ ପାରୁନି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।