ପଟ୍ଟାମୁଣ୍ଡାଇ କେନାଲର ତ୍ରିବେଣୀଶ୍ୱରରେ ୭୦ଫୁଟର ଘାଇ
ପଟ୍ଟାମୁଣ୍ଡାଇ କେନାଲର ତ୍ରିବେଣୀଶ୍ୱରରେ ୭୦ଫୁଟର ଘାଇ
ମାହାଙ୍ଗା: କଟକ ଜିଲ୍ଲା ମାହାଙ୍ଗା ଦେଇ ଯାଇଥିବା ଜଗତପୁର ପଟ୍ଟାମୁଣ୍ଡାଇ କେନାଲର ତ୍ରିବେଣୀଶ୍ୱରଠାରେ ୭୦ ଫୁଟରୁ ଊର୍ଦ୍ଧ୍ବ ଘାଇ ସୃଷ୍ଟି ହୋଇଛି । ଏହି ଘାଇ ଯୋଗୁଁ ସେଠାରେ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି । ଫଳରେ ୫ଟି ଦୋକାନ ଘର ବିରୂପା ନଦୀକୁ ଭାସି ଯାଇଛି ।
ତେବେ ଏ ଘାଇ ହେବା ଫଳରେ ଭେଡ଼ା କୁଆଁପାଳ ପୂର୍ତ୍ତ ସଡ଼କ ସମ୍ପୂର୍ଣ୍ଣ ଭାଙ୍ଗିଯାଇ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି । ଏହି ଘାଇକୁ ନେଇ ଭୟରେ ଅଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ତେଣୁ ତୁରନ୍ତ ଜଳସମ୍ପଦ ବିଭାଗ ପକ୍ଷରୁ ପାଣି ରୋକିବାକୁ ଦାବି କରିଛନ୍ତି ଅଞ୍ଚଳ ବାସୀ ।




admin 