ପଞ୍ଜାବରେ ଅମରିନ୍ଦର ହଟାଅ ଅଭିଯାନ

ପଞ୍ଜାବରେ ଅମରିନ୍ଦର ହଟାଅ ଅଭିଯାନ

ପଞ୍ଜାବରେ ଅମରିନ୍ଦର ହଟାଅ ଅଭିଯାନ

ଚଣ୍ଡୀଗଡ଼: ପଞ୍ଜାବରେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନବଜୋତ ସିଂହ ସିଦ୍ଧୁ ଓ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ମଧ୍ୟରେ ଲାଗି ରହିଥିବା ବିବାଦ ଥମିବାର ନାଁ ନେଉନାହିଁ । ଏବେ ଅମରିନ୍ଦରଙ୍କୁ କ୍ଷମତାରୁ ହଟାଇବା ଲାଗି ସିଦ୍ଧୁ ଗୋଟି ଚଳାଇବା ଆରମ୍ଭ କରିଛନ୍ତି । ସେଥିପାଇଁ ସିଦ୍ଧୁ ତାଙ୍କ ପକ୍ଷର ୨୬ ବିଧାୟକ ଓ ୪ ଜଣ କ୍ୟାବିନେଟ ମନ୍ତ୍ରୀଙ୍କୁ ବ୍ୟବହାର କରିଛନ୍ତି । ସେମାନେ ଦିଲ୍ଲୀ ଯାଇ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟି ଅମରିନ୍ଦରଙ୍କ ବିରୋଧରେ ଫେରାଦ ହେବେ ବୋଲି ସୂଚନା ମିଳିଛି । ରାଜ୍ୟର ୩ ଜଣ କ୍ୟାବିନେଟ ମନ୍ତ୍ରୀ ଓ ୨୬ ବିଧାୟକ  ଅନ୍ୟତମ କ୍ୟାବିନେଟ ମନ୍ତ୍ରୀ ତୃପ୍ତି ରାଜେନ୍ଦ୍ର ସିଂହ, ବାଜୱାଙ୍କ ଘରେ ଏକାଠି ହୋଇ ଆଗାମୀ ରଣନୀତି ଉପରେ ଆଲୋଚନା କରିଛନ୍ତି । ବୈଠକରେ ଅମରିନ୍ଦରଙ୍କୁ ହଟାଇବା ନେଇ ପ୍ରସ୍ତାବ ଗୃହୀତ ହୋଇଛି । ପିସିସି ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବା ଦିନ ଏହି ମନ୍ତ୍ରୀ ଓ ବିଧାୟକମାନେ ସିଦ୍ଧୁଙ୍କୁ ଦୃଢ଼ ଭାବେ ସମର୍ଥନ କରିଥିଲେ । ସେଥିପାଇଁ ସେମାନଙ୍କର ଘନିଷ୍ଠ କୁହାଯାଉଥିବା କିଛି ଅଫିସରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ବଦଳି କରାଯାଇଛି ।