ପଞ୍ଜାବକୁ ବିଭାଜନ କରିବାକୁ ଚେଷ୍ଟା କରୁଛି ବିଜେପି!
ପଞ୍ଜାବକୁ ବିଭାଜନ କରିବାକୁ ଚେଷ୍ଟା କରୁଛି ବିଜେପି!
admin
Dec 15, 2020 - 14:10
Updated: Dec 15, 2020 - 14:10
ଅମ୍ରିତସର : ବିଜେପି ଦେଶର ପ୍ରକୃତ ଟୁକଡେ ଟୁକଡେ ଗ୍ୟାଙ୍ଗ ଏବଂ ପଞ୍ଜାବକୁ ବିଭାଜନ କରିବାକୁ ବିଜେପି ଚେଷ୍ଟା କରୁଛି ବୋଲି କହିଛନ୍ତି ପ୍ରକାଶ ସିଂ ବାଦଲ । ଜାତୀୟ ଏକତା ପ୍ରତି ବିଜେପି ବିପଦ ଏବଂ କୃଷି ବିଲ ଜରିଆରେ ହିନ୍ଦୁ ଏବଂ ଶିଖଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବାକୁ ଏହି ଦଳ ଉଦ୍ୟମ କରୁଛି ବୋଲି କହିଛନ୍ତି ଏନଡିଏର ପୂର୍ବତନ ସହଯୋଗୀ ସୁଖବୀର ବାଦଲ ।
ପୂର୍ବରୁ ଦଳ ହିନ୍ଦୁ ମୁସଲିମ ଭାଇଚାରା ନଷ୍ଟ କରିବାକୁ ପ୍ରୟାସ କରୁଥିବା ବେଳେ ବର୍ତ୍ତମାନ ପଞ୍ଜାବରେ ହିନ୍ଦୁ ଏବଂ ଶିଖ ସମ୍ପ୍ରଦାୟ ମଧ୍ୟରେ ସମାନ ଭାବରେ ଝଗଡା ସୃଷ୍ଟି କରିବାକୁ ଚାହୁଁଛନ୍ତି । ଦେଶଭକ୍ତ ପଞ୍ଜାବକୁ ସାମ୍ପ୍ରଦାୟିକ ପଞ୍ଜାବରେ ପରିଣତ କରିବାକୁ ବିଜେପି ପ୍ରୟାସ କରୁଛି ବୋଲି ଟ୍ୱିଟ କରିଛନ୍ତି ବାଦଲ ।
ଚାଷୀଙ୍କ ଆନେ୍ଦାଳନକୁ ରୋକିବାରେ ବିଫଳ ହୋଇଥିବା ବିଜେପି ସରକାର ଏହାକୁ ଅଲଗା ରୂପ ଦେବାକୁ ଚେଷ୍ଟା କରୁଛନ୍ତି । ଏପରିକି ଦେଶର ଅନ୍ନଦାତାଙ୍କୁ ଦେଶ ବିରୋଧୀ ଏବଂ ଖଲିସ୍ତାନୀ ବୋଲି ମଧ୍ୟ ସମ୍ବୋଧନ କରିବାକୁ ବିଜେପି ନେତା ପଛାଉ ନାହାନ୍ତି ବୋଲି ବାଦଲ କହିଛନ୍ତି ।