କୃଷି ଆଇନ ପ୍ରତ୍ୟାହାର ଦାବିରେ କଂଗ୍ରେସ ପକ୍ଷରୁ ଧାରଣା ଓ ସ୍ମାରକପତ୍ର ପ୍ରଦାନ

କୃଷି ଆଇନ ପ୍ରତ୍ୟାହାର ଦାବିରେ କଂଗ୍ରେସ ପକ୍ଷରୁ ଧାରଣା ଓ ସ୍ମାରକପତ୍ର ପ୍ରଦାନ

କୃଷି ଆଇନ ପ୍ରତ୍ୟାହାର ଦାବିରେ କଂଗ୍ରେସ ପକ୍ଷରୁ ଧାରଣା ଓ ସ୍ମାରକପତ୍ର ପ୍ରଦାନ
ଭୁବନେଶ୍ୱର : କେନ୍ଦ୍ର ସରକାର ପ୍ରଣୟନ କରିଥିବା କଳା କୃଷି ଆଇନ୍କୁ ପ୍ରତ୍ୟାହାର କରିବା ଦାବିରେ ସାରା ଦେଶରେ ଓ ରାଜ୍ୟରେ ଚାଲିଥିବା ବିଭିନ୍ନ କୃଷକ ସଂଗଠନର ଆନେ୍ଦାଳନାତ୍ମକ କାର୍ଯ୍ୟକ୍ରମକୁ ସମର୍ଥନ ଜଣାଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ନିଦେ୍ର୍ଧଶକ୍ରମେ ଗତକାଲି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ୍ ଦାସଙ୍କ ଅଧ୍ୟକ୍ଷାରେ ଏକ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ପରେ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଉଦେ୍ଧଶ୍ୟରେ ଏକ ସ୍ମାରକପତ୍ର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇ ଉପରୋକ୍ତ ତିନୋଟି କଳା ବିଲ୍କୁ ପ୍ରତ୍ୟାହାର ନିମନ୍ତେ ଦାବି କରାଯାଇଥିଲା । ଏହି କାର୍ଯ୍ୟକ୍ରରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ରଶ୍ମି ମହାପାତ୍ର, ମନୋରଞ୍ଜନ ଦାଶ, ଦେବୀ ପ୍ରସାଦ ପୃଷ୍ଟି, ମୋହନ ଜେନା, ଚିନ୍ମୟ ସୁନ୍ଦର ଦାସ, ଜୟନ୍ତ ଭୋଇ, ଅଶୋକ ସାହୁ, ସୁବ୍ରତ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ମିହିର ଆଚାର୍ଯ୍ୟ, ସଂକୁନା କହଁର, ମଂଟୁ ମଲିକ, ଚୈତାଳି ପଟ୍ଟନାୟକ, କୁସୁମ ପ୍ରଧାନ, ପ୍ରଭାବତୀ ପଟ୍ଟନାୟକ, ଶ୍ରୀୟାସ୍ମିତା ପଣ୍ଡା, ମନୋଜ ନାୟକ, ସୁଭଦ୍ରା ମିଶ୍ର, ଦୁର୍ଗାମାଧବ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।